Husband's Murder: ସ୍ଵାମୀଙ୍କୁ ହତ୍ୟା ପାଇଁ ପ୍ରେମିକକୁ ଲାଇଭ୍ ଲୋକେସନ୍ ପଠାଇଥିଲା ସ୍ତ୍ରୀ

4 weeks ago 12
ARTICLE AD BOX

ଚିତ୍ତୁର: ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଅମାବାସ୍ୟା ଅବସରରେ ମନ୍ଦିର ଦର୍ଶନ କରିବାକୁ ଯାଇ ପ୍ରେମିକ ସହ ମିଶି ୧୯ ବର୍ଷୀୟ ମହିଳା ହାସିନୀ ନିଜ ସ୍ଵାମୀ ରମେଶଙ୍କୁ(୨୩) ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଗତ ମଙ୍ଗଳବାର ଘଟିଥିବା ଏହି ଏହି ରହସ୍ୟଜନକ ହତ୍ୟାକାଣ୍ଡକୁ ସିସିଟିଭି ଫୁଟେଜ୍, ମୋବାଇଲ୍ ଲୋକେସନ୍ ଓ ବୈଷୟିକ ଯାଞ୍ଚ ସାହାଯ୍ୟରେ ପୋଲିସ ମାତ୍ର କେଇ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ବିବାହ ପରେ ମଧ୍ୟ ହାସିନୀ ତାର ପିଲାଦିନର ସାଙ୍ଗ ତଥା ପ୍ରେମିକ ଯୁଗନ୍ଧର (୨୦) ସହ ସମ୍ପର୍କ ରଖିଥିଲା ଏବଂ ଉଭୟ ରମେଶଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ପରେ ଗୁଡୁପଲ୍ଲେ ମଣ୍ଡଳର ଏକ ପାହାଡ଼ ଉପରେ ଥିବା ଶ୍ରୀ ମଲ୍ଲେଶ୍ୱର ସ୍ୱାମୀ ମନ୍ଦିରକୁ ଯିବା ପାଇଁ ହାସିନୀ ତାର ସ୍ୱାମୀକୁ ବାଧ୍ୟ କରିଥିଲେ। ବାଇକରେ ଯାତ୍ରା କରିବା ସମୟରେ ହାସିନୀ କ୍ରମାଗତ ଭାବେ ନିଜର ‘ଲାଇଭ୍ ଲୋକେସନ୍’ ପ୍ରେମିକ ସହ ସେୟାର୍ କରୁଥିଲେ। ପାହାଡ଼ ରାସ୍ତାରେ ହାସିନୀ ଇଚ୍ଛାକୃତ ଭାବେ ନିଜ ହ୍ୟାଣ୍ଡବ୍ୟାଗକୁ ତଳେ ପକାଇ ଦେଇଥିଲେ, ଯାହାକୁ ଉଠାଇବା ପାଇଁ ରମେଶ ଗାଡ଼ି ରଖିବା ମାତ୍ରେ ପୂର୍ବରୁ ଲୁଚି ରହିଥିବା ଯୁଗନ୍ଧର ଓ ତାର ସହଯୋଗୀମାନେ ରମେଶଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ଏହି ସମସ୍ତ ଘଟଣା ସେମାନଙ୍କ ଛୋଟ ଝିଅ ସାମ୍ନାରେ ଘଟିଥିଲା। ହତ୍ୟା ପରେ ହାସିନୀ ତାର ସ୍ୱାମୀଙ୍କ ବାଇକରେ ପ୍ରେମିକ ଓ ଅନ୍ୟ ଜଣେ ସହଯୋଗୀଙ୍କ ସହ ଫେରୁଥିବାର ଦୃଶ୍ୟ ମନ୍ଦିର ରାସ୍ତାର ସିସିଟିଭିରେ କଏଦ ହୋଇଥିଲା। ଯାହା ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.