Husband Murder Cases: ସ୍ବାମୀଙ୍କୁ ମାରିବାରେ ମଧ୍ୟପ୍ରଦେଶ ଦ୍ବିତୀୟ,  ୬ ମାସରେ ୩୬  ଜଣ ସ୍ୱାମୀଙ୍କୁ ହତ୍ୟା

1 day ago 4
ARTICLE AD BOX

ନୂଆଦିଲ୍ଲୀ: ବିବାହ ପରେ ସମ୍ପର୍କରେ ଫାଟ, ଘରୋଇ ବିବାଦ ଆଉ ଆଇନଗତ ଜଟିଳତା…ଏବେ ଏହାକୁ ନେଇ ସାମ୍ନାକୁ ଆସିଛି ଚମକାଇଦେବା ଦାବି। ପୁରୁଷ ଅଧିକାର ସଂଗଠନଗୁଡ଼ିକ କହୁଛନ୍ତି—ମଧ୍ୟପ୍ରଦେଶରେ ମାତ୍ର ୬ ମାସରେ ୩୬ ଜଣ ସ୍ୱାମୀଙ୍କ ହତ୍ୟା ମାମଲା ରେକର୍ଡ ହୋଇଛି। ଆଉ ନିଜ ବୈବାହିକ ଓ ପାରିବାରିକ ସମସ୍ୟା ନେଇ ୧୨,୫୭୭  ପୁରୁଷ ହେଲ୍ପଲାଇନରେ ସହାୟତା ମାଗିଛନ୍ତି। ତେବେ ଏହି ଦାବି ପଛର ସତ୍ୟ କ’ଣ? କାହିଁକି ବଢୁଛି ପୁରୁଷଙ୍କ ପାଇଁ ଅଲଗା ସୁରକ୍ଷା ବ୍ୟବସ୍ଥାର ଦାବି?

ମଧ୍ୟପ୍ରଦେଶରୁ ଆସିଥିବା କିଛି ପରିସଂଖ୍ୟାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପୁରୁଷ ଅଧିକାର ସଂଗଠନଗୁଡ଼ିକର ଦାବି ଅନୁଯାୟୀ, ୨୦୨୬ ଜାନୁଆରୀରୁ ଜୁନ୍ ମଧ୍ୟରେ ମଧ୍ୟପ୍ରଦେଶରେ ୩୬ଟି ସ୍ୱାମୀ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ତାଲିକାରେ ୯୩ଟି ମାମଲା ସହ ଉତ୍ତରପ୍ରଦେଶ ଶୀର୍ଷରେ ଥିବା ଦାବି କରାଯାଉଛି। କେବଳ ହତ୍ୟା ମାମଲା ନୁହେଁ, ବୈବାହିକ ବିବାଦ ଓ ପାରିବାରିକ ସମସ୍ୟା ନେଇ ମଧ୍ୟ ଅନେକ ପୁରୁଷ ସହାୟତା ମାଗୁଥିବା ସଂଗଠନଗୁଡ଼ିକ କହିଛନ୍ତି। ଦାବି ଅନୁଯାୟୀ, ୨୦୨୫ରେ ମଧ୍ୟପ୍ରଦେଶରୁ ପୁରୁଷ ଅଧିକାର ହେଲ୍ପଲାଇନକୁ ୮,୧୦୮ଟି କଲ୍ ଆସିଥିଲା। ୨୦୨୬ ଜୁନ୍ ସୁଦ୍ଧା ଏହି ସଂଖ୍ୟା ୧୨,୫୭୭ରେ ପହଞ୍ଚିଥିବା ଦାବି ହୋଇଛି । ସଂଗଠନଗୁଡ଼ିକର କହିବା କଥା, ପରିବାରରେ ବଢୁଥିବା ବିବାଦ, ଆଇନଗତ ମାମଲା ଏବଂ ଦାମ୍ପତ୍ୟ ସମସ୍ୟା ଯୋଗୁଁ ଅନେକ ପୁରୁଷ ଆଇନଗତ ଓ ମାନସିକ ପରାମର୍ଶ ଖୋଜୁଛନ୍ତି। 

ସ୍ବାମୀଙ୍କୁ ହତ୍ୟା ପୂର୍ବରୁ ତରତର ହୋଇ ମେସେଜ କରିଥିଲେ ସୋନମ: ସାମ୍ନାକୁ ଆସିଲା ଭିଡିଓ

ଏହି ପ୍ରସଙ୍ଗକୁ ନେଇ ଦେଶରେ ‘ଜାତୀୟ ପୁରୁଷ ଆୟୋଗ’ ଗଠନର ଦାବି ମଧ୍ୟ ଜୋର ଧରୁଛି।  ୨୦୨୫ରେ ଏକ ନିର୍ଦ୍ଦିଷ୍ଟ ହେଲ୍ପଲାଇନକୁ ୫୮,୨୮୯ଟି କଲ୍ ଆସିଥିବା ବେଳେ, ୨୦୨୬ର ପ୍ରଥମ ୬ ମାସରେ ଏହା ୮୭,୯୬୯ରେ ପହଞ୍ଚିଥିବା ସଂଗଠନଗୁଡ଼ିକ ଦାବି କରିଛନ୍ତି। ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଏହି ସମସ୍ତ ପରିସଂଖ୍ୟାନର ସରକାରୀ ଉତ୍ସ କ’ଣ? ଏବଂ ଏହି ତଥ୍ୟଗୁଡ଼ିକ କେତେ ନିର୍ଭରଯୋଗ୍ୟ? ସେନେଇ ସ୍ୱତନ୍ତ୍ର ଭାବେ ଯାଞ୍ଚ ଆବଶ୍ୟକ। ପୁରୁଷ ଅଧିକାର ସଂଗଠନଗୁଡ଼ିକ କହୁଛନ୍ତି, ମହିଳାଙ୍କ ପାଇଁ ଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଭଳି ପୁରୁଷଙ୍କ ଅଭିଯୋଗ ଶୁଣିବା ଏବଂ ସହାୟତା ଦେବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଦରକାର। ଏବେ ଏହି ଦାବିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.