ARTICLE AD BOX
ସାନା: ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୁରୁବାର ୟେମେନ୍ ଓ ସାଉଦି ଆରବ ଉପରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ୟେମେନ୍ରେ ଗତ ଚାରି ବର୍ଷ ହେଲା ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ହୁତି ବିଦ୍ରୋହୀ ସବୁଠୁ ଭୟଙ୍କର ଆକ୍ରମଣ କରିଥିବାବେଳେ ୟେମେନ୍ ସେନାର ୫୮ର ସୈନିକଙ୍କର ମୃତ୍ୟୁ ହୋଇଛି। ୟେମେନରେ ସାମରିକ ଘାଟି ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଏଥିରେ ୫୮ ଜଣ ସୈନିକ ପ୍ରାଣ ହରାଇଥିଲେ ଓ ୧୨ରୁ ଅଧିକ ସୈନିକ ଆହତ ହୋଇଥିଲେ। ୟେମେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଆକ୍ରମଣର ସଠିକ୍ ସମୟରେ ଓ ସଠିକ୍ ସ୍ଥାନରେ ଜବାବ ଦିଆଯିବ।
ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ଏଲଏସିକୁ ନେଇ ଭାରତ-ଚୀନ୍ ମଧ୍ୟରେ କୂଟନୈତିକ ଆଲୋଚନା
ସାଉଦି ଆରବର ନଜରାନରେ ହୋଇଥିବା ଆକ୍ରମଣରେ ୧୧ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏଥିରେ ୭ ଜଣ ସାଉଦି ନାଗରିକ, ଜଣେ ୟେମେନୀ, ଦୁଇଜଣ ମିଶରୀୟ, ଜଣେ ପାକିସ୍ତାନୀ ନାଗରିକ ଅଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଅଛନ୍ତି। ଆକ୍ରମଣ ପରେ ନଜରାନର ଅନେକ ସ୍ଥାନରେ ନିଆଁ ଲାଗିଯାଇଥିଲା, ଯାହାକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ରିଲିଫ୍ ଦଳକୁ ନିୟୋଜିତ କରାଯାଇଥିଲା। ୨୦୨୨ ପରେ ୟେମେନରେ ଏହା ସବୁଠୁ ବଡ଼ ଆକ୍ରମଣ ଥିଲା । ଇରାନ ଉପରେ ଆମେରିକା-ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ଭାବେ ହୁତି ବିଦ୍ରୋହୀ ବଡ଼ଧରଣର ଆକ୍ରମଣ କରିଛନ୍ତି। ୟେମେନ୍ ସରକାର ଓ ସାଉଦି ଆରବ ଉଭୟ ଆମେରିକାର ପ୍ରମୁଖ ସହଯୋଗୀ ହୋଇଥିବାରୁ ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ରହିଛି। ହୁତି ସୈନ୍ୟଙ୍କ ପ୍ରବକ୍ତା ୟାହ୍ୟା ସାରି କହିଛନ୍ତି, ସାଉଦି ଆରବ ସମର୍ଥିତ ସାମରିକ ସହଯୋଗ ବିରୋଧରେ ଏହି ଆକ୍ରମଣ ହୋଇଥିଲା।
ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ଏଲଏସିକୁ ନେଇ ଭାରତ-ଚୀନ୍ ମଧ୍ୟରେ କୂଟନୈତିକ ଆଲୋଚନା
ଅଧିକ ଦେଖନ୍ତୁ:

1 hour ago
1


