Horoscope 2026 November 27: ଜାଣନ୍ତୁ ଆଜିର ରାଶିଫଳ

1 hour ago 2
ARTICLE AD BOX

ମେଷ: ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ମହିଳାମାନେ ଅନ୍‌ଲାଇନ୍‌ରେ କିଣାକିଣି କରିପାରନ୍ତି। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ। ‌

ବୃଷ: ଆପଣ ଅଧିକ ଲୋକଙ୍କ ସହିତ ଯୋଡ଼ିହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ କୌଣସି କାମରେ ସହାୟତା ପାଇବେ।‌

ମିଥୁନ: ବ୍ୟବସାୟରେ ବଡ଼ ଡିଲ୍‌ ଫାଇନାଲ୍‌ ହେବ। ଜୀବନସାଥୀ ଆପଣଙ୍କ ଠାରୁ କୌଣସି କାମରେ ପରାମର୍ଶ ନେବେ। ବନ୍ଧୁମାନଙ୍କ ସହିତ ଜିନିଷ କିଣିବାକୁ ଯିବେ। ନିଜର ଖର୍ଚ୍ଚ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ।‌

କର୍କଟ: କୌଣସି ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। କାର୍ଯ୍ୟରେ ଆପଣଙ୍କୁ ଭାଗ୍ୟର ସହାୟତା ମିଳିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। 
ସିଂହ: ଆପଣ ଯେତେ ପରିଶ୍ରମ କରିବେ ଆଗାମୀ ଦିନରେ ସେତେ ଲାଭ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଆପଣ ନିଜ ପାଇଁ ଲୁଗା କିଣିବେ। ବନ୍ଧୁମାନଙ୍କ ସହିତ ରାତ୍ରିଭୋଜନ କରିବେ। 

କନ୍ୟା: ବେପାରରେ ଅନ୍ୟ ଦିନ ଅପେକ୍ଷା ଯଥେଷ୍ଟ ଅଧିକ ଲାଭ ହେବ। ସନ୍ତାନର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷାର ପରିଣାମ ଆପଣଙ୍କ ସପକ୍ଷରେ ଆସିବ। 

ତୁଳା: ଆପଣଙ୍କ ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ହେବ। ସୁସ୍ଥ ରହିବା ପାଇଁ ଖାଦ୍ୟର ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନଧ୍ୟାନ ଦିଅନ୍ତୁ। 

ବିଛା: ଅଧୁରା ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ପାଇଁ କୌଣସି ଉଦ୍ୟୋଗରୁ ଚାକିରିର ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବା ଲାଗି ପରିଶ୍ରମ କରିବାକୁ ହେବ। ‌ 
ଧନୁ: ଚାକିରି ଅନ୍ବେଷଣ ସମାପ୍ତ ହେବ। ବନ୍ଧୁ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ। ଜୀବନସାଥୀ ଆପଣଙ୍କୁ ପ୍ରସନ୍ନ ହେବାର ଅବସର ଦେବେ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ। 

ମକର: ଆୟର ନୂଆ ଉତ୍ସ ଖୋଲିବ। ବିଶେଷ ପ୍ରୋଜେକ୍ଟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଅଧିକ ସମୟ ସୋସିଆଲ ମିଡିଆରେ କଟାଇବେ। ପାଠପଢ଼ାରେ ମନ କମ୍ ଲାଗିବ। 

କୁମ୍ଭ: ଆଧ୍ୟାତ୍ମିକ ଓ ଧାର୍ମିକ ପ୍ରସଙ୍ଗ ପ୍ରତି ଆଗ୍ରହ ବଢ଼ିବ। ଜମି ସମ୍ବନ୍ଧୀୟ କାମରେ ଅର୍ଥ ଲଗାନ୍ତୁ, ଲାଭ ହେବ। ଚାକିରିଆ ଆଗକୁ ବଢ଼ିବାର ମଉକା ପାଇବେ। ନବବିବାହିତଙ୍କ ଲାଗି ଦିନଟି ଭଲ ରହିବ। 

ମୀନ: ଆପଣଙ୍କ ଆୟରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣଙ୍କର ଧ୍ୟାନ କାମ ପୂରା କରିବାରେ ଲାଗିରହିବ। କଣ୍ଠଶିଳ୍ପୀ ଭଲ ଦକ୍ଷତା ପ୍ରଦର୍ଶନ ପାଇଁ ପୁରସ୍କାର ପାଇବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.