ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ୪ମାସ ହେବ ବିଭିନ୍ନ ହିତାଧିକାରୀମାନେ ଭତ୍ତା ପାଇବାରୁ ବଂଚିତ। ସବୁ ହିତାଧିକାରୀଙ୍କୁ ବ୍ୟାଙ୍କ ଅକାଉଣ୍ଟରେ ଦେବା ନାଁରେ ହଇରାଣ କରାନଯାଉ। ବହୁ ବୃଦ୍ଧ ଓ ବୃଦ୍ଧାଙ୍କ ଅଧାର ଅପଟୁଡେଟ୍ ହୋଇ ନ ପାରିବାରୁ ଭତ୍ତା ପାଇବାରୁ ବଂଚିତ। ଅଧା ଟଙ୍କା ବ୍ୟାଙ୍କ ଓ ହାତରେ ଦେବା ବଦଳରେ ସମସ୍ତଙ୍କୁ ଗାଁକୁ ନେଇ ହାତରେ ନଗଦ ଭତ୍ତା ଟଙ୍କା ବିତରଣ କରାଯାଉ ବୋଲି ବିଧାନସଭାରେ ଦାବି କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।
୩ମାସର ଭତ୍ତା ପାଇଁ ଅପେକ୍ଷା କରି କରି ବଡବାର୍ଲି ଗାଁର ମଙ୍ଗଳି ହରିଜନ ମୃତ୍ୟୁବରଣ କରିଛନ୍ତି। ନୂଆଭତ୍ତା ଜିଲ୍ଲାପାଇଁ ୫୮୭୫ମିଳିଥିବା ବେଳେ ଡାବୁଗାଁରେ ୫୪,ପାପାଡାହାଣ୍ଡିରେ ୪୦୭ ଓ କୋଷାଗୁମୁଡାରେ ୭୯୫ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ବଳକା ହିତାଧିକାରୀଙ୍କୁ ସାମିଲ କରାଯାଉ ବୋଲି ଶ୍ରୀ ରନ୍ଧାରୀ ଦାବି କରିଥିଲେ। ଅର୍ଣ୍ଣବ ବାତ୍ୟାର ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି, କୋଷାଗୁମୁଡା, ନବରଙ୍ଗପୁର ବ୍ଲକ ଓ ପୌରାଂଚଳରେ ବ୍ୟାପକ କ୍ଷତି ହୋଇଥିଲା।
ପାଣିପାଗ ବିଭାଗ ୧୭ତାରିଖରେ ରେଡୱାର୍ଣ୍ଣିଂ ଜାରୀ କରିବା ପରେ ବି ପାଣି ନଛାଡି ୨୪ତାରିଖରେ ପ୍ରବଳ ବର୍ଷା ସମୟରେ ଇନ୍ଦ୍ରାବତୀର ୩ଟି ଓ ମୁରାନର ୨ଟି ଗେଟ୍ ଖୋଲିବା ଫଳରେ ପାଣି ଇନ୍ଦ୍ରାବତୀ ନଦୀରେ ଆସି ଜିଲ୍ଲାରେ ମନୁଷ୍ୟକୃତ ବନ୍ୟା କରିଛନ୍ତି। ଏଥିରେ ଜିଲ୍ଲାର ୧୬୭ଟି ଗାଁ ବେଶି ପ୍ରଭାବିତ।
ବନ୍ୟା ସମୟରେ ମାତ୍ର ୨ଟି ବୋଟ ରହିଥିବା ବେଳେ ଲୋକେ ଆଖୁ ପେଡା କଢ଼େଇକୁ ଡଙ୍ଗା ଭାବେ ବ୍ୟବହାର କରି ଜୀବନ ବଂଚାଇଥିଲେ। ଆଂଶିକ ୨୫ଶହ ଘର ଓ ସମ୍ପୁର୍ଣ୍ଣ ୪୦୦ଘର ଭାଙ୍ଗିଥିବା ସରକାରୀ ରିପୋର୍ଟ। ଆଂଶିକ ଘର ଭଙ୍ଗାକୁ ୪ହଜାର ଦିଆଯାଇଥିବା ବେଳେ ସମ୍ପୁର୍ଣ୍ଣକୁ ନୂଆ ଘର ବି ମିଳିନି। ୧୦ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ବହୁ ମହିଳା ଓ ମହିଳା ଏସଚଜି ଚାଷ କରୁଥିବା ବେଳେ ସେମାନେ ବି ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏଥି ପାଇଁ ଚାଷ ଋଣ ଛାଡ କରଯାଉ। ସମ୍ପୁର୍ଣ୍ଣ ଘର ଭାଙ୍ଗିଥିବା ଲୋକଙ୍କୁ ୩ଲକ୍ଷ ଓ ଆଂଶିକ ଭାଙ୍ଗିଥିବା ଲୋକଙ୍କୁ ଏକଲକ୍ଷ , ଏକର ପିଛା ଧାନ ନଷ୍ଠ ହୋଇଥିବା ଚାଷୀଙ୍କୁ ୩୦ହଜାର ଲେଖାଏଁ, ସହରର ଲୋକଙ୍କ ନଷ୍ଟ ହୋଇଥିବା ସାମଗ୍ରୀ ଆଦି କିଣିକି ଦିଆଯାଉ ବୋଲି ଶ୍ରୀ ରନ୍ଧାରୀ ଦାବି କରିଥିଲେ। ଗତ ବର୍ଷ ୧୫ଶହ ଚାଷୀ ଧାନ ବିକ୍ରୀ କରିପାରିନଥିଲେ। ମାସ ମାସ ଧରି ଧାନ ମଣ୍ଡିରେ ପଡି ରହିବା ସହ ଅଭାବିବିକ୍ରୀ ସହ କଟନିଛଟନିର ଶୀକାର ହୋଇଥିଲେ। ମଣ୍ଡିକୁ ସରଳୀକରଣ କରି ସବୁ ଚାଷୀଙ୍କ ଧାନ କିଣିବା ସହ ପାଣିପଂଚାୟତକୁ ସାମିଲ କରିବାକୁ ଶ୍ରୀ ରନ୍ଧାରୀ ଦାବି କରିଥିଲେ।

1 hour ago
1

