ARTICLE AD BOX
କଟକ: ବାଲିଯାତ୍ରା ପଡ଼ିଆରେ ଆଜି ବଡ଼ଧରଣର ଅଘଟଣ ଘଟିଛି। ରାମଦୋଳି ଉପରୁ ଦୁଇଜଣ ଯୁବକ ତଳକୁ ଖସିପଡ଼ିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତଳ ବାଲିଯାତ୍ରା ପଡ଼ିଆର ‘କଟକ ଇନ୍ କଟକ’ ନିକଟରେ ବାସୁଦେବ ନାମକ ଏକ ଦୋଳି ସଂସ୍ଥା ପକ୍ଷରୁ ରାମଦୋଳି ପଡ଼ିଛି। ଏହି ଦୋଳିରେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଯୁବକ ଚଢ଼ିଥିଲେ। କୌଣସି କାରଣରୁ ଉଭୟ ଦୋଳିରୁ ଖସିପଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ ବାଲିଯାତ୍ରା ପଡ଼ିଆରେ ମୁତୟନ ଅଗ୍ନିଶମ ଟିମ୍ ଓ ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତୀ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଆହତ ଦୁଇ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସରେ ଏସ୍ସିବି ମେଡିକାଲକୁ ନିଆଯାଇଥିଲା।
Constitution Day: ଏମ୍ସ ଭୁବନେଶ୍ୱରରେ ‘ପ୍ରସ୍ତାବନା ପାଠ’ ମାଧ୍ୟମରେ ସମ୍ବିଧାନ ଦିବସ ପାଳିତ
ତେବେ ଟ୍ରମା କାଜୁଆଲିଟିରେ ପହଞ୍ଚିବା ପୂର୍ବରୁ ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ୩୦ ବର୍ଷୀୟ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଦୋଳିରୁ ଦୁଇଜଣ କିପରି ଖସିପଡ଼ିଲେ, ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ୨୦୨୫ ବାଲିଯାତ୍ରାରେ ମଧ୍ୟ ଅନୁରୂପ ଅଘଟଣ ଘଟିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୮ ଜଣ ଯୁବକଯୁବତୀ ଦୋଳିରେ ଫସି ରହିଥିଲେ। ସେତେବେଳେ ଅଗ୍ନିଶମ ଟିମ୍ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲା।
Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ

13 minutes ago
1

