Horoscope 2026 November 17: ଜାଣନ୍ତୁ ଆଜିର ରାଶିଫଳ...

22 minutes ago 1
ARTICLE AD BOX

‌ମେ‌ଷ: ବୃଥା ଭ୍ରମଣରେ କ୍ଳାନ୍ତ ଅନୁଭବ କରିବେ। ସରକାରୀ ବିଭାଗ ଲୋକଙ୍କର ପଦବୀ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ଧନଲାଭ ହେବ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ।

Aries

ବୃଷ: ଚାକିରିରେ ସୁଖଦ ପରିଣାମର ନଜର ଆସିବ। ମାଆଙ୍କ ମନପସନ୍ଦର ଜିନିଷ ନେଇ ଉପହାର ଦେବେ। ଲୁଗା ବେପାରୀଙ୍କୁ ଭଲ ଧନଲାଭ ହେବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ। ‌

Taurus

ମିଥୁନ: ଫ୍ୟାସନ୍‌ ଡିଜାଇନର୍ସଙ୍କ ଲାଗି ଦିନଟି ଭଲ ରହିବ। କୌଣସି କାମରେ ବିରୋଧୀ ଆପଣଙ୍କୁ ପରାମର୍ଶ ମାଗିବେ। ଆର୍ଥିକ ସ୍ଥିତି ସୁଖଦ ରହିବ। ପାରିବାରିକ ସମ୍ବନ୍ଧ ପୂର୍ବ ଅପେକ୍ଷା ଅନୁକୂଳ ହେବ। ‌

Gemini

କର୍କଟ: ମାନସମ୍ମାନରେ ବୃଦ୍ଧି ହେବ। ଆପଣ କାହାରି ସହିତ କଥା ହେବାବେଳେ ସଂଯମ ରଖନ୍ତୁ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ। 

Cancer
ସିଂହ: ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଘର ପାଇଁ ବିଳାସ ଉପକରଣ କିଣିବେ। କଥା କମ୍ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ସଂଯମ ଓ ଧୈର୍ଯ୍ୟର ସହ ପାଦ ଆଗକୁ ବଢ଼ାଇବେ।  ‌  

Leo

କନ୍ୟା: ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା କରାଯିବ। ମାତାପିତାଙ୍କୁ ଆପଣଙ୍କ ମନର କଥା କହିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ହାସଲ କରିବେ। 

Virgo

ଆହୁରି ପଢ଼ନ୍ତୁ- Left Job In America: ଦେଶର ସେବା ପାଇଁ ଆମେରିକାରୁ କ୍ୟାରିୟର ଛାଡ଼ି ଭାରତ ଫେରିଲେ ନିହାରିକା: ପ୍ରଥମ ପ୍ରୟାସରେ ୟୁପିଏସସିରେ ହେଲେ ସଫଳ

ତୁଳା: ଦିନଟି ଆନନ୍ଦଭରା ରହିବ। ବନ୍ଧୁ ସହାୟତାରେ ଆୟର ଅବସର ପାଇବେ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ। ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ପ୍ରସ୍ତୁତି କରିବେ।  ‌

Libra
ବିଛା: ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ଆପଣଙ୍କ ଉପରେ ପରିବାରରେ କିଛି ଦାୟିତ୍ବ ଆସିବ। ଆପଣଙ୍କ ମନପସନ୍ଦ କାମ କରିବାରେ ସଫଳ ହେବେ। ଲୋକେ ଆପଣଙ୍କ କାମରେ ଖୁସି ନଜର ଆସିବେ।  

Scorpio

ଧନୁ: ଲକ୍ଷ୍ୟ ପ୍ରତି ସମର୍ପଣ ଭାବ ହିଁ ଆପଣଙ୍କୁ ସଫଳ କରାଇବ। ଉଚ୍ଚବର୍ଗର ଲୋକଙ୍କ ସହିତ ସଂପର୍କ ହେବ। ଅଫିସରେ କାହାରି ଉପରେ ନିର୍ଭର ହୋଇ କାମ କରନ୍ତୁନାହିଁ। ବୈବାହିକ ଜୀବନ ଭଲ ରହିବ। 

Sagittarius

ମକର: ବଡ଼ଙ୍କର ପରାମର୍ଶ ନେବା ଉଚିତ ହେବ। ଯାହାଦ୍ବାରା ଆପଣଙ୍କୁ ଲାଭ ହେବ। ଆପଣ ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। କୌଣସି ବିଷୟରେ ଅଧିକ ଭାବନ୍ତୁ ନାହିଁ। ଅଧ୍ୟୟନରେ ଭଲ ପରିଣାମ ପାଇବେ।

Capricorn
କୁମ୍ଭ: ମହତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଆପଣଙ୍କୁ ସବୁ ଅଶାନ୍ତିରେ ମୁକ୍ତି ମିଳିବ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରି ଦେବେ। 

Aquarius

ମୀନ: ସକାରାତ୍ମକ ମାନସିକତା ଆପଣଙ୍କୁ ଲାଭ ଦେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତିର ଆଭାସ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ କାର୍ଯ୍ୟରେ ରୁଚି ରଖିବେ।
 ‌ ‌

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.