ARTICLE AD BOX
ତିଗିରିଆ: ବ୍ରିକ୍-ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍-ଆଇଏଲଏସ୍), ଭୁବନେଶ୍ୱର ପକ୍ଷରୁ ତିଗିରିଆସ୍ଥିତ କ୍ୟାମ୍ପସ୍-୩ ଠାରେ “ସଂକ୍ରାମକ ରୋଗ: ପ୍ରତିରୋଧ ଏବଂ ପରିଚାଳନା” ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୪୦ ଜଣ ଚୟନିତ ଚାଷୀ ଅଂଶଗ୍ରହଣ କରିଥିଲେ। ବ୍ରିକ୍-ଆଇଏଲଏସ୍ର ବୈଜ୍ଞାନିକ-ଏଫ୍ ଡକ୍ଟର ଶାନ୍ତିଭୂଷଣ ସେନାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ ଉପସ୍ଥିତ ଚାଷୀ ଓ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରସ୍ଥିତ ଏଫ୍ଏଫ୍ଡିସିର କେନ୍ଦ୍ର ମୁଖ୍ୟ ଡକ୍ଟର ତାମା ରାଓ ଭି.ଭି., ଟାଟା ଷ୍ଟିଲ୍ ଫାଉଣ୍ଡେସନର ସିଏସ୍ଆର୍ ମୁଖ୍ୟ ଆଶୁତୋଷ ଦାଶ, ଆର୍ଗୁଳସ୍ଥିତ ଆଇସିଏଆର୍-ଏନ୍ଆଇଏଫ୍ଏମ୍ଡିର ପ୍ରମୁଖ ବୈଜ୍ଞାନିକ ଡକ୍ଟର ମନୋରଞ୍ଜନ ରାଉତ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରାଜେଶ୍ୱରୀ ଦାସ, ପ୍ରାଣୀ ଚିକିତ୍ସା ସହାୟକ ଶଲ୍ୟଚିକିତ୍ସକ ଡକ୍ଟର ଜ୍ୟୋତିସୁନ୍ଦର ରାଉତ, କଟକସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡକ୍ଟର ରଞ୍ଜନ କେ. ମହାନ୍ତ ଏବଂ ବ୍ରିକ୍-ଆଇଏଲଏସ୍ର ସୂଚନା ଅଧିକାରୀ ଅମିତାଭ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।
ବିଶେଷଜ୍ଞମାନେ ବିଶେଷକରି ଗୃହପାଳିତ ପଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରାମକ ରୋଗର ପ୍ରତିରୋଧ, ପ୍ରାରମ୍ଭିକ ରୋଗ ନିରୂପଣ ଏବଂ ପ୍ରଭାବଶାଳୀ ପରିଚାଳନା ଉପରେ ସୂଚନାପ୍ରଦ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀମାନେ ଅଞ୍ଚଳଭିତ୍ତିକ ପଶୁ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋକପାତ କରିବା ସହ ଉପଯୁକ୍ତ ପଦକ୍ଷେପ ଏବଂ ବ୍ୟବହାରିକ ସମାଧାନ ବିଷୟରେ ଆଲୋଚନା କରିଥିଲେ।
ଚାଷୀମାନେ ଅତ୍ୟନ୍ତ ଉତ୍ସାହର ସହ ବିଶେଷଜ୍ଞମାନଙ୍କ ସହ ଭାବବିନିମୟ କରିଥିଲେ, ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ବିଷୟରେ ଆଲଷାକପାତ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ରୋଗ ପ୍ରତିରୋଧ, ପଶୁ ସ୍ୱାସ୍ଥ୍ୟ ଏବଂ ଠିକ୍ ସମୟରେ ପ୍ରାଣୀ ଚିକିତ୍ସା ସେବା ପାଇବା ନେଇ ମୂଲ୍ୟବାନ ମାର୍ଗଦର୍ଶନ ମିଳିଥିଲା।
BRICS: ବ୍ରିକ୍ସ ପରେ ବିମ୍ଷ୍ଟେକ୍ରୁ ଦୂରେଇଲା ବାଂଲାଦେଶ
ସମବେତ ଜନତାଙ୍କୁ ସମ୍ବୋଧିତ କରି ବ୍ରିକ୍-ଆଇଏଲଏସ୍ର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ କୃଷକ ସମାଜ ନିକଟରେ ବୈଜ୍ଞାନିକ ଜ୍ଞାନ ପହଞ୍ଚାଇବାର ଗୁରୁତ୍ୱ ବାବଦରେ କହିଥିଲେ। ପଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ଚାଷୀଙ୍କ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେବା ପାଇଁ ବ୍ରିକ୍-ଆଇଏଲଏସ୍ ଆଗାମୀ ଦିନରେ ମଧ୍ୟ ଏଭଳି ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସେ ଆଶ୍ୱାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ବୈଜ୍ଞାନିକ, ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଏବଂ ଚାଷୀମାନଙ୍କ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିବା ସହ ଗ୍ରାମୀଣ ବିକାଶରେ ବୈଜ୍ଞାନିକ ସଚେତନତାର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା।

20 minutes ago
1


