ARTICLE AD BOX
ନୂଆଦିଲ୍ଲୀ: ହଲିଉଡ୍ର ଲୋକପ୍ରିୟ ଗୁପ୍ତଚର ଚଳଚ୍ଚିତ୍ର ଶୃଙ୍ଖଳା ‘ଜେମ୍ସ ବଣ୍ଡ’କୁ ମିଳିଛି ନୂଆ ନାୟକ। ଅଭିନେତା ରବର୍ଟ ପାଟିନ୍ସନ୍ ଏଣିକି ୦୦୭ ଭୂମିକାରେ ନଜର ଆସିବେ। ସେ ପୂର୍ବତନ ଜେମ୍ସ ବଣ୍ଡ ଅଭିନେତା ଡାନିଏଲ୍ କ୍ରେଗ୍ଙ୍କ ସ୍ଥାନ ନେବେ। ନଭେମ୍ବର ୧୬ରେ ଏ ନେଇ ଆଧିକାରିକ ଘୋଷଣା ହେବା ପରେ ହଲିଉଡ୍ରେ ଚର୍ଚ୍ଚା ଜୋର୍ ଧରିଛି।
ପାଟିନ୍ସନ୍ଙ୍କୁ ନେଇ ଜେମ୍ସ ବଣ୍ଡ ଶୃଙ୍ଖଳାର ତିନୋଟି ଚଳଚ୍ଚିତ୍ର ପାଇଁ ଚୁକ୍ତି ଓ ପାରିଶ୍ରମିକକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା। ‘ଟ୍ୱାଇଲାଇଟ୍’ ଚଳଚ୍ଚିତ୍ରରେ ଏଡୱାର୍ଡ କଲେନ୍ ଏବଂ ‘ଦ ବ୍ୟାଟମ୍ୟାନ୍’ରେ ବ୍ରୁସ୍ ୱେନ୍ ଭୂମିକାରେ ଅଭିନୟ କରି ସେ ବେଶ୍ ପରିଚିତି ହାସଲ କରିଛନ୍ତି। ଏବେ ଗୁପ୍ତଚର ୦୦୭ ଭାବେ ସେ ନୂଆ ପରିଚୟ ପାଇବେ।
ଆଗାମୀ ଜେମ୍ସ ବଣ୍ଡ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଡେନିସ୍ ଭିଲେନ୍ୟୁଭ୍। ଏହାର କାହାଣୀ ଲେଖିବେ ଷ୍ଟିଭେନ୍ ନାଇଟ୍। ଚଳଚ୍ଚିତ୍ରର ନାଁ ଓ ମୁକ୍ତି ତାରିଖ ଏଯାଏଁ ଘୋଷଣା ହୋଇନାହିଁ। ଡାନିଏଲ୍ କ୍ରେଗ୍ ୨୦୦୬ରୁ ୨୦୨୧ ମଧ୍ୟରେ ପାଞ୍ଚଟି ଚଳଚ୍ଚିତ୍ରରେ ଜେମ୍ସ ବଣ୍ଡ ଭୂମିକାରେ ଅଭିନୟ କରିଥିଲେ। ଏବେ ନୂଆ ୦୦୭ ଭାବେ ରବର୍ଟ ପାଟିନ୍ସନ୍ଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଅପେକ୍ଷା ରହିଛି।

28 minutes ago
1


