ARTICLE AD BOX
ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ନିଆରା ବନ୍ଧୁତ୍ୱପୂର୍ଣ୍ଣ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରସ୍ଥିତ ଏକ ନମ୍ବର ଫୁଟବଲ୍ ଏକାଡେମୀ ପରିସରରେ ଡିସିଏଲ୍ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ସମୁଦାୟ ୭ଟି ମ୍ୟାଚ ଅନୁଷ୍ଟିତ ହୋଇଥିବା ବେଳେ ଦୁଇଟି ଭାଗରେ ବିଭକ୍ତ ହୋଇ ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଳ ଗୁଡିକ ହେଲେ ରାଜନେତା ଏକାଦଶ, ଓଲିଉଡ୍, ଗଣମାଧ୍ୟମ, ଆଇନଜୀବୀ, ଅଗ୍ନିଶମ, ଷଷ୍ଠ ବାଟାଲିୟନ, ପୁଲିସ ଓ ସଚିବାଳୟ।
ପ୍ରଥମ ଗୃପ୍ରୁ ୪ ଦଳରୁ ପୁଲିସ ଲାଇନ ଓ ଷଷ୍ଠ ବାଟାଲିୟନ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲରେ ପୁଲିସ ଲାଇନ ୨-୦ ଗୋଲରେ ଷଷ୍ଠ ବାଟାଲିୟନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱତୀୟ ଗ୍ରୁପର ୪ ଦଳ ମଧ୍ୟରୁ ରାଜନେତା ଏକାଦଶ ୨-୦ ଗୋଲରେ ଆଇନଜୀବୀ ଏକାଦଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ରାଜନେତା ଏକାଦଶ ଫାଇନାଲ ମ୍ୟାଚରେ ପୁଲିସ ଲାଇନକୁ ୨-୦ ରେ ପରାସ୍ତ କରି ଡିସିଏଲ ଚମ୍ପିୟନ ଟ୍ରଫି ହାସଲ କରିଥିଲା। ଏହି ଅବସରରେ ଏକ ଚିତାକର୍ଷକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଉଥିଲା। ମହିଳା ସାମ୍ବାଦିକା ଓ ଅଭିନେତ୍ରୀ ଏକାଦଶଙ୍କ ସହ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବହୁତ ଆକର୍ଷଣୀୟ ଥିଲା। ମହିଳା ଏକାଦଶ ଯଦିଓ ହାରି ଯାଇଥୁଲେ କିନ୍ତୁ ଶେଷ ପର୍ଯ୍ୟନ୍ତ ଖେଳ ଜାରି ରଖିଥିଲେ।
/filters:format(webp)/sambad/media/media_files/2026/11/16/1000101949-2026-11-16-23-44-43.jpg)
ବିଧାୟକ ଅରୁଣ କୁମାର ସାହୁ, ରମେଶ ଜେନା, ଡ଼ ଫକୀର ମୋହନ ନାୟକ, ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଫିର୍ଦ୍ଦୋସ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୁକିମ, ସମାଜସେବୀ ହିମାଂଶୁ ଭୂଷଣ କର, ଶିବରାଜ ଠାକୁର ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ବିଜୟୀ ଦଳକୁ ଏବଂ ରାନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଗତକାଲିର ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବିଧାୟକ ଡ. ଫକୀର ମୋହନ ନାଏକଙ୍କୁ, ଶ୍ରେଷ୍ଠ ଫରୱାର୍ଡ ଭାବେ ପୁଲିସ୍ ଲାଇନ୍ ଏକାଦାସର ସନାତନ ମୁଣ୍ଡା, ଶ୍ରେଷ୍ଠ ମିଡ୍ଫିଲ୍ଡର ଆଇନଜୀବୀ ଏକାଦଶର ଅଂଶୁମାନ ରାୟ,ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୁଲିସ ଲାଇନ ଏକାଦଶର ସୁଶାନ୍ତ ମାଝୀ, ଶ୍ରେଷ୍ଠ ଗୋଲକିପର ଭାବେ ହିମାଂଶୁ ମହାପାତ୍ର, ଫେୟାର ପ୍ଲେ ଆୱାର୍ଡ ଭାବେ ଆଇନଜୀବି ଏକାଦଶକୁ ଟ୍ରଫି ପ୍ରଦାନ କରା ଯାଇଥୁଲା।
ସେହିଭଳି ମହିଳା ପ୍ରଦର୍ଶନୀ ମ୍ୟାଚ୍ ବିଜେତା ଓଲିଉଡ ଅଭିନେତ୍ରୀ ଏକାଦଶ ଦକର ମାମାଲୀ ମିଶ୍ରଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ କରାଯାଇଥୁବା ବେଳେ। ଉଭୟ ଦଳକୁ ଟ୍ରଫି ଓ ଖେଳାଳିଙ୍କୁ ପଦକ ପ୍ରଦାନ କରାଯାଇଥିଲା। ସମସ୍ତ ମ୍ୟାଚର ବିବରଣୀକୁ ଅତି ସୁନ୍ଦର ଭାବେ କମେଣ୍ଟ୍ରି କରିଥିଲେ କେପି ଓ ଲୋକନାଥ ପାଣିଗ୍ରାହୀ। ଡିସିଏଲ ଚମ୍ପିୟାନର ମୁଖ୍ୟ ତଥା ସଭାପତି ସେକ ଗୁଲଜାର ଏବଂ ସମ୍ପାଦକ ଚିରଞ୍ଜିବଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମକୁ ଉଲ୍ଲାସ, ଦୀପକ, ମୁକେଶ, ମୌସୁମୀ, ଦେବସ୍ମିତା, ପ୍ରଦୀପ, କୃଷ୍ଣ, ଚିନ୍ମୟ, ଆଶୁତୋଷ, ତାପସ, ପ୍ରମୁଖ ପରିଚାଳନା କରିଥିଲେ।

27 minutes ago
1


