Horoscope 2026 July 22: ଜାଣନ୍ତୁ ଆଜିର ରାଶିଫଳ...

2 hours ago 3
ARTICLE AD BOX

ମେଷ: ଘରେ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା। କିଛି ଲୋକଙ୍କ ସହିତ ମିଶି ଜୀବନରେ ନୂତନତ୍ବ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।‌ 

ବୃଷ: ଆପଣଙ୍କ ଖୁସ୍ ମିଜାଜ ସ୍ବଭାବ ଅନ୍ୟମାନଙ୍କୁ ଖୁସି କରାଇବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଜୀବନସାଥୀ ଆପଣଙ୍କ ଉପରେ ବିଶେଷ ଧ୍ୟାନ ଦେବେ ଆପଣ ତାଙ୍କ କଥା ଧ୍ୟାନ ଦେଇ ଶୁଣିବେ। 

ମିଥୁନ: ପୁରୁଣା କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କର ରୁଚି ସାମାଜିକ ଗତିବିଧିରେ ଅଧିକ ରହିବ। ଆପଣ ଏଭଳି ଲୋକଙ୍କ ସହିତ ମିଶିବେ ସିଏ ଆପଣଙ୍କ ବ୍ୟବସାୟରେ ଲାଭ ପହଞ୍ଚାଇବେ। 

କର୍କଟ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଆପଣ କିଛି ରଚନାତ୍ମକ କାର‌୍ୟ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ। ପିଲାଙ୍କ ଉପଲବ୍ଧିରେ ଗର୍ବ ଅନୁଭବ କରିବେ। ‌ 

ସିଂହ: ନିଜର ସମୟ ଓ ଶକ୍ତି ଅନ୍ୟମାନଙ୍କ ସାହାଯ୍ୟରେ ଲଗାନ୍ତୁ। ଜୀବନସାଥୀ ସହିତ ଆନନ୍ଦର କ୍ଷଣ ବିତାଇବେ। ଏଭଳି ମାମଲାରେ ପଡ଼ନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ନେବା ଦେବାର ନାହିଁ।‌ 

କନ୍ୟା: ଜୀବନରେ ଲାଭ ପାଇବା ପାଇଁ ମହତ୍ବାକାଂକ୍ଷାକୁ ନିୟମରେ ରଖନ୍ତୁ। ଭାଗୀଦାରିରେ ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀ ନିଜ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ। 

ଆହୁରି ପଢ଼ନ୍ତୁ- ERPCC 2026 Meet ଇଆର୍‌ପିସିସି ବୈଠକ–୨୦୨୬: ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତିକୁ ଗୁରୁତ୍ବ

ତୁଳା: ପରିବାରକୁ ଆପଣଙ୍କର ଆବଶ୍ୟକ ହେବ। କୌଣସି ନିକଟ ସଂପର୍କୀୟଙ୍କୁ ନିଜ ମନର କଥା କହିବେ। ବେପାରରେ ଲାଭ ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। 

ବିଛା: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। ଘରର ସୌନ୍ଦର୍ଯ୍ୟୀକରଣ ଜିନିଷ କିଣିବା ପାଇଁ ବଜାରକୁ ଯିବେ। ନିଜର ବନ୍ଧୁ ସହିତ ମିଶିବା ପାଇଁ ଯୋଜନା କରିପାରନ୍ତି।

ଧନୁ: ବ୍ୟବସାୟରେ ମିଳିଥିବା ଲାଭ ବ୍ୟବସାୟରେ ଲଗାଇବା ପାଇଁ ଭାବିବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଓକିଲାତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

ମକର: ଆପଣ ନିଜ ପାଇଁ ସମୟ ବାହାର କରନ୍ତୁ। ଅଚାନକ ଆସି ପହଞ୍ଚିବା ଖର୍ଚ୍ଚ ଆପଣଙ୍କୁ ଅଶାନ୍ତି କରିପାରେ। ଆପଣଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଚାକିରିରେ ଉନ୍ନତି ହେବ। 

କୁମ୍ଭ: ପଡ଼ୋଶୀ ଆପଣଙ୍କୁ ସାହାଯ୍ୟ ମାଗିବେ। ନିଜର ବ୍ୟକ୍ତିତ୍ବ ବିକଶିତ କରିବା ପାଇଁ ଚେଷ୍ଟା କରିପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଡାକ୍ତରୀ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ। 

ମୀନ: ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.