Horoscope 2026 July 17: ଜାଣନ୍ତୁ ଆଜିର ରାଶିଫଳ

3 hours ago 1
ARTICLE AD BOX

ମେଷ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟ ଆଡ଼କୁ ରହିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ଧନଲାଭ ହେବ। ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧ ଉପରକୁ ଆସିପାରେ।

ବୃଷ: ହଜିଥିବା ପୁରୁଣା ବସ୍ତୁ ମିଳିପାରେ। କାନୁନ ମାମଲାରେ ଜୟଲାଭ କରିବେ। ଜୀବନସାଥୀଠୁ ଉପହାର ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ବାଂଛିତ ଲାଭ ମିଳିପାରେ। ପ୍ରେମ ଜୀବନ ମଧୁର ହେବ। ‌

ମିଥୁନ: ବଡ଼ ମାମଲାରେ ସହମତି ଓ ସହଯୋଗ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ନିବେଶ କରିବା ପୂର୍ବରୁ ଆପଣଙ୍କ ଠାରୁ ବଡ଼ଙ୍କର ମତ ନିଅନ୍ତୁ। ନବ ବିବାହିତଙ୍କ ଲାଗି ଦିନଟି ଭଲ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ। 

କର୍କଟ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ସଫଳତାର ଆନନ୍ଦ ଭରି ଦେବ। ପାରିବାରିକ ଜୀବନ ସୁଖମୟ ରହିବ। 

ସିଂହ: କାହାରି ସହିତ ତର୍କବିତର୍କ କରନ୍ତୁ ନାର୍ହି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରନ୍ତି।

କନ୍ୟା: ନୂଆ ଗାଡ଼ି କିଣିବା ଲାଗି ଦିନଟି ଭଲ। ଘର ସଜାଇବା ପାଇଁ ଉପକରଣ କିଣି ପାରନ୍ତି। କୌଣସି ନୂଆ ପ୍ରୋଜେକ୍ଟରେ କାମ କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। 

ତୁଳା: ମାଟି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପରିଶ୍ରମ ଓ ବ୍ୟବହାର କାରଣରୁ ଧନଲାଭ ହେବ। ପାରିବାରିକ ସୁଖ ଶାନ୍ତିରେ ଲାଭ ହେବ। ସୁସମ୍ବାଦ ପାଇବେ। ବନ୍ଧୁର ସମାରୋହକୁ ଯାଇପାରନ୍ତି।

ବିଛା: ଆର୍ଥିକ ସ୍ଥିତି ସୁଦୃଢ଼ ବଜାୟ ରହିବ। ବେପାରରେ ଲାଭ ମିଳିବା ଯୋଗ ଅଛି। ଅଫିସରେ କତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। 

ଧନୁ: କୌଣସି କାମକୁ ସଂପୂର୍ଣ୍ଣ କରିବା ପ୍ରୟାସରେ ସଫଳ ହେବେ। ଅଫିସରେ ସରଳତାରେ କାମ କରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ଉନ୍ନତି ହେବ। କୌଣସି ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭ ମିଳିପାରେ। 

ମକର: କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଆୟର ନୂଆ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଠୁ ବହୁତ ସାରା ପ୍ରେମ ପାଇବେ। ଶିକ୍ଷାର୍ଥୀ ପରିଶ୍ରମର ସଫଳତା ପାଇବେ।

କୁମ୍ଭ: ମନୋବଳର ସ୍ତର ଭଲ ରହିବା କାରଣ କାର୍ଯ୍ୟର ଗତି ଭଲରେ ଆଗକୁ ବଢ଼ିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଟଙ୍କାପଇସା ନେବା ଦେବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ: କାର୍ଯ୍ୟରେ ସଫଳତା ହାସଲ କରିବେ। ବିଦେଶ କଂପାନିରୁ ଚାକିରିର ସୁଯୋଗ ଆସିପାରେ। ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ବେପାରରେ ବେଗ ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.