ARTICLE AD BOX
ମେଷ: ଦିନଟି ଉତ୍ସାହ ଭରା ରହିବ। ଇଂଜିନିୟର କୌଣସି ନୂଆ ଲକ୍ଷ୍ୟ ପୂରା କରିନେବେ। କାହାରି ଠାରୁ ନେଇଥିବା ଧାର ପରିଶୋଧ କରିବେ। କୌଣସି ଭଲ ଜାଗାକୁ ବୁଲି ଯାଇପାରନ୍ତି।
ବୃଷ: ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ: କୌଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ବ୍ୟବସାୟରେ କିଛି ସାମଗ୍ରୀ କିଣି ପାରନ୍ତି। ପରିବାରରେ ଶାନ୍ତିର ପରିବେଶ ରହିବ। ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ।
କର୍କଟ: ସାରାଦିନ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ। ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ। ଉଚ୍ଚ ଶିକ୍ଷା ଲାଗି ଦିନଟି ବହୁତ ଭଲ।
ସିଂହ: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କ୍ରିକେଟ ଖେଳାଳୀ ନିଜର କୋଚ ଠାରୁ କିଛି ନୂଆ ଶିଖିବେ। ଛାତ୍ରୀଙ୍କ ଲାଗି ଭଲ ଦିନଟିଏ।
କନ୍ୟା: ଆପଣଙ୍କ ଧ୍ୟାନ ପୂଜାପାଠରେ ଲଗାନ୍ତୁ ଶୁଭଫଳ ପାଇବେ। ଅଫିସରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ ସଫଳତା ପାଇବେ।
ତୁଳା: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ଅଫିସରେ କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। କ୍ରିକେଟ ଖେଳାଳୀମାନେ ଅଭ୍ୟାସରେ ଅଧିକ ପରିଶ୍ରମ କରିବେ।
ବିଛା: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ବାଣୀରେ ମଧୁରତା ବଜାୟ ରହିବ। ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀ ଭଲ ଖବର ପାଇବେ।
ଧନୁ: ଛୋଟ ସ୍ତରର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସାମାଜିକ ସେବା କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ପାରିବାରିକ ସମ୍ବନ୍ଧରେ ସାମଞସ୍ୟ ବଜାୟ ରହିବ।
ମକର: ଦିନଟି ଅପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁ ରାଷ୍ଟୀୟ ଉଦ୍ୟୋଗରେ ଚାକିରର ସୁଯୋଗ ଆସିବ। ନୂଆ ବ୍ୟବସାୟରେ ନିବଶେ କରିବାକୁ ଚାହୁଁଥିଲେ ନିଜର ବଜେଟ ଅନୁସାରେ ନିବେଶ କରନ୍ତୁ।
କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। ଜୀବନକୁ ନୂଆ ଦିଶା ଦେବା ପାଇଁ ଭାବି ପାରନ୍ତି। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିପାରେ।
ମୀନ: ନିଜ କ୍ୟାରିୟର ସମ୍ବନ୍ଧରେ ଚିନ୍ତନ ମନ୍ଥନ କରିବେ। ଅଫିସରେ ବରିଷ୍ଠଙ୍କ ଠାରୁ କିଛି ନୂଆ ଶିଖିବାକୁ ମିଳିବ। ଆପଣଙ୍କର କିଛି ଭଲ ବନ୍ଧୁ ହେବେ। ମଧୁମେହ ରୋଗୀ ଆରାମ ପାଇବେ।

1 hour ago
1

