Horoscope 2026 July 08: ଜାଣନ୍ତୁ ଆଜିର ରାଶିଫଳ

2 hours ago 1
ARTICLE AD BOX

ମେ‌ଷ: ମନ ଭିତରେ ଦବି ରହିଥିବା କୌଣସି କଥା ସାମନାକୁ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ପାରିବରିକ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।

ବୃଷ: କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଧନାଢ଼୍ୟ ବନାଇପାରେ। ଉନ୍ନତି କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।

ମିଥୁନ: ଆପଣଙ୍କ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଅଫିସ ଯିବା ସମୟରେ ଜିନିଷ ଓ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

କର୍କଟ: ପୂଜାପାଠରେ ସମୟ ବିତିବ। ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ।

ସିଂହ: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଚାକିରିରେ ନିଜର କାର୍ଯ୍ୟ ଦକ୍ଷତା ଲାଗି ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଲୋକ ଭଲ ପ୍ରଦର୍ଶନ କରିବେ।

କନ୍ୟା: ବେପାରୀବର୍ଗଙ୍କର ଆମଦାନି ବଢ଼ିବାର ସମ୍ଭାବନା। ଚାକିରିଆଙ୍କ ଲାଗି ଦିନଟି ଭଲ। ଆଗକୁ ବଢ଼ିବାର ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କୁ ଉପହାର ଦେବେ। ‌

ତୁଳା: ଅତୀତ ସ୍ମୃତି ତାଜା ହେବ। ଆପଣ ନିଜର ସ୍ଥିତି ମଜଭୁତ କରିପାରିବେ। ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବିଛା: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିପାରିବେ। ଚାକିରି ବ୍ୟବସାୟରେ କଛି ପରିବର୍ତ୍ତନ ଲାଗି ଭାବି ପାରନ୍ତି। ଅଚାନକ ଧନଲାଭ ଯୋଗ ଅଛି। କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ଧନୁ: କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ। ସାମାଜିକ ପରିସର ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ ଅତିବାହିତ କରିବେ।

ମକର: କୌଣସି ମାମଲାରେ ଆପଣ ଭାବୁକ ରହିବେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ପରିବାର ଲୋକଙ୍କ ସହିତ ମହତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା କରିବେ।

କୁମ୍ଭ: ନିଜର ପରିସର ବୃଦ୍ଧି ପାଇଁ  ଯଥା ସମ୍ଭବ ପ୍ରୟାସ କରିବେ। ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

ମୀନ: ଆପଣଙ୍କର ସବୁ ସମସ୍ୟା ନିବାରଣ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.