Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ...

2 hours ago 1
ARTICLE AD BOX

ମେଷ: ଦିନଟି ପରିବାର ପାଇଁ ଖୁସି ନେଇ ଆସିବ। ମହିଳାମାନଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଜାରି ରଖନ୍ତୁ। ‌

ବୃଷ: ଦିନଟି ବ୍ୟସ୍ତତାରେ କଟିବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ପ୍ରଦାନ କରିବେ। ଖେଳାଳିମାନେ ଅଧିକ ସମୟ ଅଭ୍ୟାସ କରିବେ। କୌଣସି ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିବେ। 

ମିଥୁନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ସମାଜରେ ଆପଣଙ୍କ କାମ ପାଇଁ ପ୍ରଶଂସା ହୋଇପାରେ। ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। କୌଣସି ପରିଜନଙ୍କ ଠାରୁ ଖୁସି ଖବର ପାଇବେ। ନିଜର ଶକ୍ତିକୁ ଭଲ କାମରେ ଲଗାନ୍ତୁ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ସିଂହ: ଆପଣ କୌଣସି କାମକୁ ନେଇ ଉତ୍ସାହିତ ରହିବେ। କିଛି ବିଚାର ବଳିଷ୍ଠ ଓ ସୃଜାନାତ୍ମକ ହେବ। ପରିବାରରେ ସବୁ ଲୋକ କୌଣସି ସମାରୋହରେ ସାମିଲ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

କନ୍ୟା: କାନୁନ ମାମଲାରେ ଅସ୍ଥିର ହୁଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଭବିଷ୍ୟତରେ ଆସିବାକୁ ଥିବା ଅଶାନ୍ତିରୁ ରକ୍ଷା ପାଇବେ। ନିଜର କାମକୁ ସାମାନ୍ୟ ଗତିରେ ପୂରା କରିବେ। ପ୍ରେମ ସମ୍ବନ୍ଧ ମଧୁର ହେବ। 

ଆହୁରି ପଢ଼ନ୍ତୁ- NH Safety Concerns ୫୫ ନମ୍ବର ଜାତୀୟ ରାଜପଥ,  ୧୦୦ରୁ ଅଧିକ ସ୍ଥାନରେ ଖାଲ, ଫାଟ, ସ୍ଥିତି ସଙ୍ଗିନ

ତୁଳା: କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। ପରିଜନଙ୍କ ସହିତ କୌଣସି ଧାର୍ମିକ ଯାତ୍ରାରେ ଯିବେ। ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଢଳି ରହିବ। ବଡ଼ଙ୍କର ଆଶୀର୍ବାଦ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। 

ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ। ଆପଣଙ୍କର ସାକ୍ଷାତ କୌଣସି ବାଲ୍ୟବନ୍ଧୁ ସହିତ ହେବ। ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ। ମନରେ କୌଣସି କାହାଣୀ ଲେଖିବାର ବିଚାର ଆସିବ।‌

ମକର: କୌଣସି ସଂପତ୍ତିର ସଉଦା ତରବରିଆରେ କରନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ‌

କୁମ୍ଭ: ଦିନଟି ନିଶ୍ଚିତରୂପେ ଫଳଦାୟୀ ହେବ। ଶିକ୍ଷାରେ ଲାଗି ରହିଥିବା ବାଧା ଦୂର ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥାରେ ଆଗକୁ ବଢ଼ିବେ। ଆପଣଙ୍କର ସାକ୍ଷାତ କିଛି ନୂଆ ଲୋକଙ୍କ ସହିତ ହେବ। ‌

ମୀନ: ଏକରୁ ଅଧିକ ଉତ୍ସରୁ ଧନ ପାଇବେ। ଶାସକ ଓ ପ୍ରଶାସକ ମାମଲାରେ ଆପଣ ସାବଧାନତା ଅବଲମ୍ବନ କରନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.