Horoscope 2026 July 06: ଜାଣନ୍ତୁ ଆଜିର ରାଶିଫଳ

1 hour ago 1
ARTICLE AD BOX

୬ ଜୁଲାଇ ୨୦୨୬, ‌ସୋମବାର। ତିଥି: ଆଷାଢ଼ କୃଷ୍ଣ ଷଷ୍ଠୀ। ନକ୍ଷତ୍ର: ପୂର୍ବଭାଦ୍ର। ଚନ୍ଦ୍ର: କୁମ୍ଭ। ଦିବ‌ା ୯ଟା୫୬ ମଧ୍ୟେ ଶରଣ। ସୂର୍ଯ୍ୟୋଦୟ: ୫ଟା୧୬, ସୂର୍ଯ୍ୟାସ୍ତ: ୬ଟା୨୬। ଘାତଚନ୍ଦ୍ର: ମିଥୁନ ଓ ମୀନ। ଘାତବାର: ମିଥୁନ। ଶୁଭବେଳା: ଦିବା ୮ଟା୪୭ରୁ ୧୦ଟା୩୨, ରାତ୍ରି ୯ଟା୧୯ରୁ ୧୦ଟା୩୦, ରାତ୍ରି ୧୧ଟା୫୧ରୁ ୧୨ଟା୧୩, ରାତ୍ରି ୧ଟା୪୦ରୁ ୩ଟା୬, ରାତ୍ରି ୩ଟା୫୦ରୁ ୪ଟା୩୩ ପର୍ଯ୍ୟନ୍ତ।

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ବିରୋଧୀ ସଂଖ୍ୟା ବୃଦ୍ଧି ହେବ। ଅଟକିଥିବା କାମ ଆରମ୍ଭ ହେବ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବାରେ ସଫଳ ହେବେ।
ବୃଷ: ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। କୌଣସି କଥାରେ ତୁରନ୍ତ ନିଜର ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ଏଭଳି ବ୍ୟକ୍ତିଙ୍କ  ସହିତ ସାକ୍ଷାତ ହେବ ଯିଏ ଆଗକୁ ଆପଣଙ୍କୁ ସାହାଯ୍ୟ କରିବେ। 
ମିଥୁନ: ପୁରୁଣା ଭୁଲ୍‌ର ପୁନରାବୃତ୍ତି ନ କରିବା ଲାଗି ଯତ୍ନଶୀଳ ରହନ୍ତୁ। ନୂଆ ଦାୟିତ୍ବ ପାଇବା ଲାଗି ନିଜକୁ ପ୍ରସ୍ତୁତ ରଖିବେ। ଜୀବନସାଥୀ ଖୁସି ହେବାର ସୁଯୋଗ ଦେବେ। 
କର୍କଟ: ଘରୋଇ କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ପୁଞ୍ଜି ଲଗାଇବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ। 
ସିଂହ: ପାଖ ଲୋକଙ୍କ ସହିତ ମତଭେଦ ଦୂର ହେବ। ନୂଆ ଲୋକଙ୍କ ସହିତ ମିଶି କିଛି ନୂଆ ଶିଖିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ବୈବାହିକ ଜୀବନ ସୁଖମୟ ହେବ। 
କନ୍ୟା: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବେପାର ନେଇ ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଫିସ କାମରେ ପ୍ରଶଂସା ମିଳିବ। ଖେଳାଳିମାନଙ୍କ ଲାଗି ଦିନଟି ଭଲ। 
ତୁଳା: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଜୀବନସାଥୀ ବହୁତ ପ୍ରଶଂସା କରିବେ। ଅଫିସ କାମ ଅନ୍ୟ ଦିନ ଅପେକ୍ଷା ଉତ୍କୃଷ୍ଟ ହେବ। ପୈତୃକ ସଂପତ୍ତିରୁ ଲାଭ ମିଳିବାର ସମ୍ଭାବନା ଅଛି।
ବିଛା: ଆପଣଙ୍କର ଇଚ୍ଛା ପୂରଣ ହେବ। ଖର୍ଚ୍ଚ ବଢ଼ିବ। ପରିବାରରେ ସୁଖଦ ବାତାବରଣ ରହିବ। ବ୍ୟବସାୟ କାମରେ ବିଦେଶ ଯିବାର ଯୋଗ ଅଛି। 
ଧନୁ: କାମ କରିବାର ଉପାୟ ପରିବର୍ତ୍ତନ କରିବେ। ପରିସ୍ଥିତି ବିଷୟରେ ବୁଝିସୁଝି କାମ କରନ୍ତୁ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଛାତଛାତ୍ରୀ କୌଣସି ଶୁଭ ଖବର ପାଇବେ। 
ମକର: ବ୍ୟବସାୟରେ ସାବଧାନତାର ସହ କାମ କରିବା ଦରକାର। ଛୋଟ ବଡ଼ ନିଷ୍ପତ୍ତି ନେବା ସମୟରେ ବି‌ଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଭଲ ରହିବ। 
କୁମ୍ଭ: ସହକର୍ମୀମାନଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର ରଖିଲେ ତାଙ୍କର କାର୍ଯ୍ୟଦକ୍ଷତା ବଢ଼ିବ। ମହିଳା ନିଜ ବ୍ୟବସାୟରେ ଅଧିକ ସକ୍ରିୟ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। 
ମୀନ: କିଛି ସମୟ ଧାର୍ମିକ ସ୍ଥାନରେ କଟାଇବେ। ବ୍ୟାବହାରିକ ଭାବନା ରଖନ୍ତୁ ବ୍ୟବସାୟରେ ଲାଭ ପାଇବେ। ପାଖଲେ ାକଙ୍କ ସହିତ କଥା ହେବାବେଳେ ମଧୁର ଭାଷା ପ୍ରୟୋଗ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.