Horoscope 2026 July 01: ଜାଣନ୍ତୁ ଆଜିର ରାଶିଫଳ...

10 hours ago 1
ARTICLE AD BOX

ମେଷ: ପରୀକ୍ଷାଫଳ ଆପଣଙ୍କ ଆଶାନୁରୂପ ଆସିବ। କୌଣସି ଫଇସଲା କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ଆପଣଙ୍କୁ ଲାଭର ଅବସର ମିଳିବ। ଅଫିସରେ ସମାରୋହର ପରିବେଶ ସୃଷ୍ଟି ହେବ। ‌

ବୃଷ: ଅଫିସରେ କାମର ଅଧିକତା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟ ଆଡ଼କୁ ଆପଣଙ୍କ ମନ ଟାଣିବ। ବ୍ୟାଙ୍କ କାର୍ଯ୍ୟ ଲାଗି ଭଲ ଯୋଗ ଅଛି। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ‌

ମିଥୁନ: ଗ୍ରାଫିକ୍‌ ଡିଜାଇନର୍‌ଙ୍କ ଲାଗି ଦିନଟି ଲାଭଦାୟକ। ଦରମା ବୃଦ୍ଧିର ଖବର ପାଇବେ। ପରିବାର ସମାରୋହରେ ବନ୍ଧୁବାନ୍ଧବଙ୍କ ସହିତ ମିଶିବେ। କୌଣସି ଖୁସି ଖବର ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। 

କର୍କଟ: ସମୟର ଅପପ୍ରୟୋଗ କରନ୍ତୁ ନାହିଁ। ସଫ୍ଟୱେୟାର ଇଂଜିନିୟର କୌଣସି ପ୍ରୋଜେକ୍ଟ ପାଇପାରନ୍ତି। ମାନସିକ ଅଶାନ୍ତି ସମାପ୍ତ ହେବ। ପରିବାର ତଥା ସମାଜ ଲୋକ ଲାଗି ବହୁତ ସାହାଯ୍ୟକାରୀ ହେବେ। 

ସିଂହ: ବ୍ୟାଙ୍କ ସହ ଜଡ଼ିତ କାମ ସଂପୂର୍ଣ୍ଣ କରିପାରିବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମୀଯୁଗଳଙ୍କ ଜୀବନରେ ଖୁସି ଆସିବ। ଆପଣଙ୍କ ପିଲା କୌଣସି ମନ ପସନ୍ଦର ପୋଷାକ ପିନ୍ଧିବା ଲାଗି ଜିଦ୍ କରିବେ। 

କନ୍ୟା: ତରବରିଆରେ କୌଣସି କାମ କଲେ କ୍ଷତି ହୋଇପାରେ। ନୂଆ କାରବାରରେ ଭଲ ଲାଭ ହେବ। ଜୀବନସାଥୀ ଲାଗି କିଛି ବିଶେଷ କରି ପାରନ୍ତି। ପ୍ରିୟଜନଙ୍କୁ ନିଜର ଜରୁରତ କଥା କହିବେ।

ଆହୁରି ପଢ଼ନ୍ତୁ- Remote Schools in Sikkim: ମାତ୍ର ୧୮ଜଣ ପିଲାଙ୍କୁ ପାଠପଢ଼ାଇବା ପାଇଁ ବଣପାହାଡ, ନଦୀ ଅତିକ୍ରମ କରି ସ୍କୁଲରେ ପହଞ୍ଚୁଛନ୍ତି ଶିକ୍ଷକ

ତୁଳା: ଅଫିସରେ କୌଣସି କାମରେ ବରିଷ୍ଠଙ୍କର ସହଯୋଗ ପାଇବେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ଭଲ ଲାଭ ହେବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। 

ବିଛା: ପରିବାର ଲୋକଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇବେ। ବ୍ୟବସାୟ ସମାରୋହରେ ସାମିଲ ହେବାର ଆପଣ ମଉକା ପାଇବେ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ‌ 

ଧନୁ: ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ଭ୍ରାନ୍ତଧାରଣା ଦୂର ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ମଉକା ପାଇବେ। 

ମକର: ବନ୍ଧୁମାନଙ୍କ ସହିତ ମଉଜମସ୍ତି କରିବେ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କୌଣସି କଥାରେ ଉଲ୍ଲାସର ବାତାବରଣ ରହିବ। ‌ 

କୁମ୍ଭ: ବେପାରୀଙ୍କ ଲାଗି ସ୍ଥିତି ଭଲ ରହିବ। ବିବାହ କଥାବର୍ତ୍ତା ଲାଗି ରହିଥିବା ବାଧା ଦୂର ହେବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ‌ 

ମୀନ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଭଲ ଆୟ ହେବ। କଲେଜ ପ୍ରୋଜେକ୍ଟ ପୂରା କରିବାରେ ବନ୍ଧୁର ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ। ସଡ଼କରେ ଧ୍ୟାନପୂର୍ବକ ଚାଲନ୍ତୁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.