Horoscope 2026 August 28: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

ମେ‌ଷ: ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ। ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ‌

ବୃଷ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଯାନ କିଣିବା ଲାଗି ମନ ବଳାଇବେ। ‌

ମିଥୁନ: ପୂଜାପାଠରେ ସମୟ ବିତିବ। ଡେକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ପାଇଁ ଦିନଟି ସାଧାରଣ ରହିବ। ଆପଣଙ୍କ ପିଲାଠାରୁ ଭଲ ଖବର ପାଇବେ। ‌

କର୍କଟ: ଓକିଲଙ୍କ ଲାଗି ଦିନଟି ଭଲ ରହିବ। କୌଣସି ମକଦ୍ଦମାରେ ଜୟଲାଭ କରିବେ। ଘର ଲୋକ ଆପଣଙ୍କର କୌଣସି କାମରେ ଖୁସି ହେବେ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ।‌ ‌

ସିଂହ: ଅଧୁରା ଥିବା କାମ ପୂରା କରିପାରିବେ। ଚାକିରିରେ ଉନ୍ନତି ଯୋଗ ଅଛି। ବନ୍ଧୁର ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଘର ପାଇଁ ବିଦ୍ୟୁତ୍ ଉପକରଣ କିଣିପାରନ୍ତି।‌

କନ୍ୟା: ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ। ଅଫିସରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ହେବ। ଯାନ କିଣିବା ପାଇଁ ପରିବାରର ପୂରା ସହଯୋଗ ପାଇବେ।‌

ଆହୁରି ପଢ଼ନ୍ତୁ- Rakhi: ଭାଇ ତତେ ଅପେକ୍ଷା କରିଛି ରାକ୍ଷୀ

ତୁଳା: ବାପାମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିବ। ବୈବାହିକ ଜୀବନରେ ଖୁସି ଆସିବ। ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। 

ବିଛା: ବ୍ୟବସାୟ ଦୃଷ୍ଟିରୁ ସଫଳତା ପାଇବେ। ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଠିକ୍ ରହିବ। ଛୋଟ ଛୋଟ ସଫଳତାରେ ଶୀଘ୍ର ଉନ୍ନତି ହେବ। ରାଜନୀତି କାର୍ଯ୍ୟରେ ମନ ଲାଗିବ।‌

ଧନୁ: ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ। ପ୍ରେମୀଯୁଗଳ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମକର: କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ।

କୁମ୍ଭ: ଆପଣଙ୍କର ଅଶାନ୍ତି ନିବାରଣ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ମୀନ: ଆପଣଙ୍କୁ ଭଲ ଚାକିରି ମିଳିବ। ଧନ ଚିନ୍ତା ଦୂର ହୋଇଯିବ। ପୁରୁଣା ବନ୍ଧୁ ସହିତ ଫୋନରେ କଥା ହେବେ। ପରିବାରରେ ସୌହାର୍ଦ ବଜାୟ ରହିବ। ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଧୁରତାପୂର୍ଣ୍ଣ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.