Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ

1 hour ago 3
ARTICLE AD BOX

ମେଷ: ଜୀବନରେ ଉନ୍ନତି ନୂଆ ଅବସର ପାଇବେ। ଘରର ଆବଶ୍ୟକ ଜିନିଷ କିଣିବା ପାଇଁ ବଜାରକୁ ଯିବେ। ବାହାରେ ତେଲ ଛଣା ଜିନିଷ ଖାଆନ୍ତୁ ନାହିଁ। କୋରିୟର ବ୍ୟବସାୟୀଙ୍କର ଲାଭ ହେବ। 

ବୃଷ: ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ଘରେ ବନ୍ଧୁ ସହିତ ସିନେମା ଦେଖିବାର ଯୋଜନା କରିବେ। ଆପଣଙ୍କର କୌଣସି ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଭବିଷ୍ୟରେ ଲାଭ ପାଇବେ। 

ମିଥୁନ: ଏକାଗ୍ର ମନରେ କରି ଆସୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ଦାୟିତ୍ବକୁ ଅଣଦେଖା କରନ୍ତ ନାହିଁ। ଚାକିରିଜୀବୀ ଅଧିକାରୀଙ୍କ ସହଯୋଗ ପାଇବା ଯୋଗୁଁ କାମର ବୋଝ କମ୍ ହେବ। 

କର୍କଟ: କୌଣସି କଥାକୁ ନେଇ ସଂଶୟରେ ରହିବେ। ଆୟ ବ୍ୟୟର ସମନ୍ବୟ ବଜାୟ ରହିବ। ବନ୍ଧୁର ଜନ୍ମ ଉତ୍ସବକୁ ଯିବେ। ନୂଆ ଗାଡ଼ି କଣିବା ପାଇଁ ମନସ୍ଥ କରିବେ। ବେପାର ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବେ। 

ସିଂହ: ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। କତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେବେ। ବେପାରରେ ଯଥେଷ୍ଟ ଲାଭ ହେବ। ଜୀବନସାଥୀ ସହିତ ସାମଞସ୍ୟ ବଜାୟ ରହିବ। 

କନ୍ୟା: ଅଫିସରେ ଫୋନର ବ୍ୟବହାର କମ୍ କରି ନିଜ କାମରେ ପୂରା ଧ୍ୟାନକେନ୍ଦ୍ରୀତ କରିବେ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। 

ତୁଳା: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିପାରେ। ପରିବାର ଲୋକଙ୍କ ସହିତ ସଂପର୍କରେ ସୁଧାର ହେବ। ବନ୍ଧୁର କୌଣସି ଗୋପନୀୟ କଥା ଜାଣି ପାରିବେ। ଆପଣଙ୍କ ଯୋଜନା ସବୁ କାମ ହେବା ଯୋଗୁଁ କାମରେ ମନ ଲାଗିବ। 

ବିଛା: ବ୍ୟବସାୟ ବଢ଼ାଇବା ଲାଗି ନୂଆ ଅବସର ପାଇବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ। ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହେବ। ସମ୍ବନ୍ଧରେ ଲଗି ରହିଥିବା ମତଭେଦ ଦୂର ହେବ। ଧନଲାଭ ଯୋଗ ରହିଛି। 

ଧନୁ: ଆପଣଙ୍କ ଧ୍ୟାନ କାମ ପୂରା କରିବାରେ ଲାଗି ରହିବ। ଭାଗ୍ୟର ସହଯୋଗ ପାଇବା ଯୋଗୁଁ ଗୋଟେ ପରେ ଗୋଟେ କାମ ସଂପୂର୍ଣ୍ଣ ହୋଇଯିବ। ଶତ୍ରୁ ଆପଣଙ୍କ ଯୋଜନାରେ ପ୍ରଭାବିତ ହୋଇ ବନ୍ଧୁତାର ହାତ ବଢ଼ାଇବେ।

‌ମକର:-ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଅନ୍ୟକୁ ସାହାଯ୍ୟ କରିବେ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ହୋଇପାରେ। ଆପଣଙ୍କ ବ୍ୟବହାର ଭଲ ପରିବର୍ତ୍ତନ ହେବା ଯୋଗୁଁ ନୂଆ ବନ୍ଧୁ ହୋଇପାରନ୍ତି।‌ 

କୁମ୍ଭ: ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଅନକୂଳ ରହିବ। ଆପଣଙ୍କ ଅସୁବିଧା ସମାପ୍ତ ହେବ। ମହିଳାଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟୀ ଜରୁରୀ ଅଧିବେଶନରେ ଯୋଗ ଦେଇପାରନ୍ତି। ‌ 

ମୀନ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଲେଖକ ନୂଆ କାହାଣୀ ଲେଖିପାରନ୍ତି। ପରିବାରକୁ ନୂଆ ସଦସ୍ୟ ଆସିବା ଯୋଗୁଁ ସବୁ ଲୋକ ବହୁତ ଖୁସି ରହିବେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.