Horoscope 2026 August 15: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

ମେଷ: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ନବ ଦମ୍ପତ୍ତି ଭବିଷ୍ୟତକୁ ନେଇ ଯୋଜନା କରିବେ। ‌

ବୃଷ: ଜ୍ଞାନ ଓ ବୁଦ୍ଧି ବଳ ପ୍ରୟୋଗ କରନ୍ତୁ ସଫଳତା ପାଇବେ। ଯେଉଁ ଫିଲ୍ମ କଳାକାର ସଂଘର୍ଷ କରୁଛନ୍ତି ସେମା‌ନଙ୍କ ଲାଗି ନୂଆ କାମ ଆସିବ। ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି। 

ମିଥୁନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ। ଶିକ୍ଷାର୍ଥୀଙ୍କୁ ଦିନଟି ସଫଳତା ଦେବ। ରାତିରେ ନିଦ ଭଲ ହେବ। ‌

କର୍କଟ: ମନରେ ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ। ଚାକିରି ଶିକ୍ଷା ଓ କାରବାରରେ ଉନ୍ନତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବେକାରଙ୍କୁ ରୋଜଗାରର ଅବସର ପ୍ରାପ୍ତ ହେବ। 

ସିଂହ: ଲାଗି ରହିଥିବା ବିବାଦ ସମାପ୍ତ ହେବ। ଉପାର୍ଜନ ଲାଗି ନୂଆ ମଉକା ପାଇବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। ଆପଣଙ୍କ ସରଳତା ଲାଗି ଆପଣଙ୍କର ବନ୍ଧୁ ଖୁସି ରହିବେ। 

କନ୍ୟା: କୌଣସି ମନ୍ଦିର ବା ଧର୍ମାନୁଷ୍ଠାନର ଲୋକଙ୍କ ସେବା ପାଇଁ ମନ ବନାଇବେ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ପ୍ରେମ ନିବେଦନ ଲାଗି ଦିନଟି ଭଲ। 

ଆହୁରି ପଢ଼ନ୍ତୁ- statewide cyber awareness ସାଇବର ସଚେତନତା ଅଭିଯାନରେ ଯୋଗ ଦେଲେ ୪୦ଲକ୍ଷ ଛାତ୍ରଛାତ୍ରୀ

ତୁଳା: ଧ୍ୟାନ ଯୋଗରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଗୋପନୀୟ ତଥ୍ୟ ପ୍ରଘଟ କରନ୍ତୁ ନାହିଁ। ଭ‌ାବିଚିନ୍ତି ଖର୍ଚ୍ଚ କରନ୍ତୁ। 

ବିଛା: ଆତ୍ମବିଶ୍ବାସ ବୃଦ୍ଧି ହେବ। ସମସ୍ୟା ସମାଧାନ କରିବା ପାଇଁ ଯତ୍ନବାନ ହେବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ପାରିବାରିକ ଜୀବନ ହସଖୁସିରେ ଅତିବାହିତ ହେବ। 

ଧନୁ: ଆଳସ୍ୟ ତ୍ୟାଗ କରନ୍ତୁ। ଅର୍ଥ ଠିକ୍ ଜାଗାରେ ନିବେଶ କରନ୍ତୁ। ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ପାରିବାରିକ ସୁଖପ୍ରାପ୍ତ ହେବ। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ। 

ମକର: ସମସ୍ୟା କିଛି ରହିବ ହେଲେ ଚିନ୍ତା କରନ୍ତୁ ନାହିଁ ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ନାମରେ କାର୍ କିଣି ପାରନ୍ତି। ‌ 

କୁମ୍ଭ: କୌଣସି ବନ୍ଧୁଠାରୁ ସାହାଯ୍ୟ ପାଇବେ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। 

ମୀନ: ପୁଞ୍ଜି ବଜାରରେ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ସାମାଜିକସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.