Horoscope 2026 August 12: ଜାଣନ୍ତୁ ଆଜିର ରାଶିଫଳ...

1 hour ago 2
ARTICLE AD BOX

ମେଷ: ଆପଣଙ୍କର ଅଧିକତର ସମୟ ପିଲାମାନଙ୍କ ସହିତ ବିତିବ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। କିଛି ନୂଆ କାମ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ସଂଧାନରେ ବଡ଼ ସଫଳତା ମିଳିବ।  

‌ବୃଷ: କିଛି କାମ ଅଧୁରା ରହିପାରେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଅଧିକ ଯାତୟାତ କରିବାକୁ ପଡ଼ିବ। କାମକୁ ଭଲ ଦିଶା ଦେବାକୁ ପ୍ରୟାସ କରିବେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌

ମିଥୁନ: ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଜୀବନରେ ସଫଳତା ମିଳିବ। ଘର ଓ ଅଫିସରେ ପରିବେଶ ପ୍ରସନ୍ନତାଦାୟକ ରହିବ। 

କର୍କଟ: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟ ଆଡ଼କୁ ରହିବ। କାର୍ଯ୍ୟକ୍ଷେତ୍ରରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ ଲୋକଙ୍କ ସହ ମିଶନ୍ତୁ ଆପଣଙ୍କୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ସିଂହ: ଅଧୁରା କାମ ପୂରା ହେବ। ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ରଚନାତ୍ମକ କାମ ପାଇଁ ଭଲ ଦିନଟିଏ। କିଛି ଲୋକଙ୍କର ଧ୍ୟାନ ଆପଣଙ୍କ ଉପରେ ରହିବ। 

କନ୍ୟା: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ପାଇଁ କିଛି ଲାଭକାରୀ ବିଷୟ ସମ୍ମୁଖକୁ ଆସିବ। ରାଜନୀତିରେ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ଆହୁରି ପଢ଼ନ୍ତୁ- Cyber Fraud Gang ମୋମୋ ଦୋକାନ ଆଢ଼ୁଆଳରେ ଚଳାଉଥିଲେ ଆନ୍ତଃରାଜ୍ୟ ସାଇବର ଠକେଇ,  ଝାଡ଼ଖଣ୍ଡରୁ ୪ ଗିରଫ

ତୁଳା: ବ୍ୟବସାୟର ପ୍ରଗତି ଲାଗି ଦିନଟି ବହୁତ ଭଲ। ଧନଲାଭ ହୋଇପାରେ। ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ମନୋଯୋଗ ଦିଅନ୍ତୁ। 

ବିଛା: ପରିବାରରେ କୌଣସି ସଦସ୍ୟ ସହିତ ବିବାଦ ହୋଇପାରେ। ଜଣା ଅଜଣାରେ ଆପଣଙ୍କ ଦ୍ବାରା ଭୁଲ୍ ହୋଇପାରେ। ବ୍ୟବସାୟ ମାନ୍ଦା ଧରିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। 

ଧନୁ: ବଡ଼ ପଦକ୍ଷେପ ନେବାରେ ନିବୃତ୍ତ ରହନ୍ତୁ। ପାଠପଢ଼ା ପ୍ରତି ଆପଣଙ୍କ ସନ୍ତାନର ଗମ୍ଭୀରତା ବଢ଼ିବ। କୌଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। 

ମକର: କୌଣସି କାମରେ ଭଲ ପ୍ରଦର୍ଶନ ଦେବା ଲାଗି କିଛି ନୂଆ କରିବେ। ପରିବାରରେ କୌଣସି ଧର୍ମକାର୍ଯ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣି ପାରନ୍ତି। 

କୁମ୍ଭ: କିଛି ଚିନ୍ତା ଆପଣଙ୍କ ଲାଗି ବାଧା ସୃଷ୍ଟି କରିପାରେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଆଳସ୍ୟ ସତ୍ତ୍ବେ ବି ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ପରିବାର ଲୋକ ଘର କାମରେ ସାହାଯ୍ୟ କରିବେ।‌ 

ମୀନ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବନ୍ଧୁ ସାହାଯ୍ୟରେ ଆପଣଙ୍କ କାମ ପୂରା ହୋଇଯିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନା ଜାଣିବାକୁ ଚେଷ୍ଟା କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.