Horoscope 2026 August 11: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

ମେଷ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଘରେ କୌଣସି ଧର୍ମକାର୍ଯ୍ୟ ଆୟୋଜନ କରିପାରନ୍ତି। ‌

ବୃଷ: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ଆପଣ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ।‌

ମିଥୁନ: ସାରାଦିନ ମନରେ ପ୍ରସନ୍ନତା ରହିବ। ସରାକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶା ଠାରୁ ଅଧିକ ଧନଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ: ଲେଖକଙ୍କ ବିଚାରର ସମ୍ମାନ ହେବ। ପରିବାରରେ ହସଖୁସିର ପରିବେଶ ରହିବ। ଘରକୁ ଅନ୍ତରଙ୍ଗ ବନ୍ଧୁ ଆସି ପାରନ୍ତି। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କୁ ସମାଜରେ ପଦ ଓ ପ୍ରତିଷ୍ଠା ମିଳିବ। 

ସିଂହ: ଆପଣଙ୍କ ମନ ଆନନ୍ଦିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। 

କନ୍ୟା: ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଜୀବୀ ମାନଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା। ନୂଆ କାମରେ ରୁଚି ବଢ଼ିବ। କୋର୍ଟ କଚେରି ମାମଲାରେ ଆପଣ ଜିତିବେ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। 

ଆହୁରି ପଢ଼ନ୍ତୁ- Chhattisgarh: ଖାଲିଥିବା ମୋଟ ୧,୬୫୪ଟି ଶିକ୍ଷକ ପଦବି ହେବ ପୂରଣ

ତୁଳା: କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ। ଘର କାମରେ ବଡ଼ଭାଇଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। 

ବିଛା: ଚିନ୍ତାମୁକ୍ତ ରହିବେ। ବଡ଼ଙ୍କ ପରାମର୍ଶ ନିଅନ୍ତୁ ଅଧୁରା ଥିବା କାମ ପୂରା ହେବ। ବ୍ୟବସାୟରେ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ। 

ଧନୁ: ଭାବିଥିବା କାମ ଜଲଦି ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ ବଢ଼ାଇ କରି କିଛି କହନ୍ତୁନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ‌ 

ମକର: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଅଫିସରେ ଅଧସ୍ତନ କର୍ମଚାରୀଙ୍କର ସହଯୋଗ ପାଇବେ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ। 

କୁମ୍ଭ: ବ୍ୟବସାୟ ମାନ୍ଦା ଧରିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ଅଫିସରେ ପରିବେଶ ମିଶ୍ରିତ ରହିବ। ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 

ମୀନ: ଅଧୁରା କାମ ସଂପୂର୍ଣ୍ଣ ହେବ। ଧନଲାଭ ପାଇଁ କିଛି ନୂଆ ସୁଯୋଗ ପାଇବେ। ଫିଲ୍ମ କାଳକାରଙ୍କ ଲାଗି ଭଲ ଦିନଟିଏ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.