Horoscope 2026 August 08: ଜାଣନ୍ତୁ ଆଜିର ରାଶିଫଳ...

2 hours ago 3
ARTICLE AD BOX

ମେଷ: ଆପଣଙ୍କୁ ନିଜ ପ୍ରତିଭାରେ ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟା ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ଆପଣ କାହାରିକୁ ସାହାଯ୍ୟ କରିବେ। ‌
ବୃଷ: ନୂଆ ବିଚାର ଆପଣଙ୍କ ଆର୍ଥିକପକ୍ଷ ଲାଗି ଲାଭ ହେବ। ବେପାରରେ ଭଲ ପ୍ରଗତି ହେବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ପ୍ରେମ ଜୀବନ ମଧୁର ହେବ। ‌

ମିଥୁନ: ଚାକିରିରେ ନୂଆ ଦାୟିତ୍ବ ପାଇବେ। ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। ଭୁଲ୍ ଠିକର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ‌

କର୍କଟ: କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ଅଶାନ୍ତି କମ୍ ହେବ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌

ସିଂହ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ବେକାରଙ୍କୁ ରୋଜଗାାରର ସୁଯୋଗ ମିଳିବ। 

କନ୍ୟା: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ଯୋଗ୍ୟତାରେ ଆପଣଙ୍କ ପରିବାରର ନାମ ଉଜ୍ଜ୍ବଳ କରିବେ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। 

ଆହୁରି ପଢ଼ନ୍ତୁ- Sleeping With Lights: ଲାଇଟ୍ ଜଳାଇ ଶୋଉଛନ୍ତି କି? ଜାଣନ୍ତୁ କିପରି ବିଗିଡ଼ିପାରେ ହରମୋନ୍ ସନ୍ତୁଳନ

ତୁଳା: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ‌ 

ବିଛା: ଜୀବନକୁ ଭଲ ଢ଼ଙ୍ଗ‌ରେ ଜିଇଁବା ପାଇଁ ପ୍ରୟାସ କରିବେ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବ୍ୟବସାୟ ବିଷୟରେ ବନ୍ଧୁ ସହିତ କଥାବର୍ତ୍ତା ହେବେ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ‌ 

ଧନୁ: ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଆପଣ ନିଜର ବିଚାର ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ପ୍ରୟାସ କରିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ‌‌ 

ମକର: ମନ ଅଶାନ୍ତି ମୁକ୍ତ ରହିବ। ମହତ୍ବପୂର୍ଣ୍ଣ କଥା ଲୋକମାନଙ୍କ ସହିତ ଆଲୋଚନା କରିବାର ଅବସର ପାଇବେ। ଷ୍ଟିଲ୍ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଅଫିସ କାମରେ ଦୂରସ୍ଥାନକୁ ଯିବେ। 

କୁମ୍ଭ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। କାର୍ଯ୍ୟ ବ୍ୟସ୍ତତାରେ ରହିବା ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରିବେ ନାହିଁ। ‌ 

ମୀନ: ଆପଣ ନିଜ କଥାରେ ଲୋକଙ୍କ ମନକୁ ମନାଇ ନେଇପାରିବେ। ଅନ୍‌ଲାଇନ୍‌ ବେପାରୀଙ୍କର ଭାଗ୍ୟଉଜ୍ଜ୍ବଳ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ଅସୁବିଧା ଦୂର ହେବ। ‌‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.