Horoscope 2026 August 03: ଜାଣନ୍ତୁ ଆଜିର ରାଶିଫଳ

1 hour ago 1
ARTICLE AD BOX

‌ମେଷ: ବ୍ୟବସାୟ ଲାଗି ଦିନଟି ଅନୁକୂଳ। ସମୟ ସୀମାକୁ ଧ୍ୟାନ ରଖି କାମ କରନ୍ତୁ। ଘରର ମାହୋଲ ଠିକ୍ ରହିବ। ଘରକୁ କୌଣସି ବନ୍ଧୁ ଆସବାର ସମ୍ଭାବନା। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। 

ବୃଷ: ଠିକ୍ ସମୟରେ କାମ କରନ୍ତୁ ସଫଳତା ପାଇବେ। ବନ୍ଧୁ ନିଜ ପାଇଁ ଆପଣଙ୍କୁ କାମ କରିବା ପାଇଁ କହିପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। 

ମିଥୁନ: ବନ୍ଧୁ ସହିତ କଥାବର୍ତ୍ତାାରେ ଭଲ କାମ ମିଳିପାରେ। ଏଥିରେ ଆପଣଙ୍କର ଆମଦାନି ବୃଦ୍ଧି ହେବ। ଆପଣଙ୍କ ବ୍ୟବହାରରେ ଲୋକ ଖୁସି ହୋଇପାରନ୍ତି। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି।

କର୍କଟ: ଜୀବନରେ ନୂଆ କାମ ଆରମ୍ଭ ହୋଇପାରେ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ଚାକିରିରେ ସଫଳତା ପାଇବେ। ଧନ ମାମଲାରେ ସ୍ଥିତି ଭଲ ହେବ। 

ସିଂହ: କିଛି ସମୟ ଈଶ୍ବର ଭକ୍ତିରେ ଲଗାନ୍ତୁ। ମହିଳା ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବା ଯୋଗ ଅଛି। ଘରକୁ ବନ୍ଧୁ ଆସିବେ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବାର ମନ ବନାଇବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

କନ୍ୟା: ନିଜ ଅନୁଭବର ଠିକ୍ ବ୍ୟବହାର କରି କୌଣସି ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିବେ। ଅନଲାଇନିରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ। 

ତୁଳା: ବନ୍ଧୁ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ବଡ଼ ଭାଇ ଭଉଣୀ ସହଯୋଗରେ ଚାକିରି ମିଳିପାରେ। ସନ୍ତାନ କ୍ୟାରିୟରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ବହୂତ ଭଲ ରହିବ। 

ବିଛା: କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥା ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରୁଥିବା ଲୋକ ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ଧନୁ: ବିଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। ପରିବାର ଆଗରେ ନିଜର ମତ ରଖିବାର ମଉକା ପାଇବେ। ନିବେଶ କରିବା ସମୟରେ ନିଜ ବଜେଟ ଉପରେ ଧ୍ୟାନ ରଖନ୍ତୁ। 
ମକର: କିଛି ସମୟ ଏକାନ୍ତରେ ଅତିବାହିତ କରିବାକୁ ପସନ୍ଦ କରିବେ। ବଡ଼ ଏବଂ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ନୂଆ ବିଚାର ଉପରେ କାମ କରିବେ। ‌ 

କୁମ୍ଭ: ଅତୀତ ଭୁଲରୁ କିଛି ନୂଆ ଶିଖିକରି ଆଗକୁ ବଢ଼ିବେ। ନୂଆ କାର୍ଯ୍ୟ କରିବାକୁ ଉତ୍ସୁକତା ବଢ଼ିବ। ମନ ଚାହୁଁଥିବା ବସ୍ତୁ ପାଇବେ। କାନୁନ ମାମଲାର ସ୍ଥିତି ନିୟନ୍ତ୍ରଣ ରହିବ। କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହନ୍ତୁ।‌ 

ମୀନ: ବିଦେଶ ଯାତ୍ରାର ଯୋଗ ଅଛି। ବଡ଼ କଂପାନିରୁ ଚାକିରିର ସୁଯୋଗ ଆସିପାରେ। କିଛି ନୂଆ ଲୋକ ଆପଣଙ୍କ ସହିତ ଯୋଡ଼ିବାକୁ ଚେଷ୍ଟା କରିପାରନ୍ତି। ସମସ୍ତଙ୍କୁ ନିଜ କଥାରେ ଖୁସି ରଖିବାର ସଫଳ ହେବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.