Gold & Silver Price: ୧୦ ଦିନରେ ସୁନା ୭୫୦୦ ଟଙ୍କା ଶସ୍ତା

1 hour ago 2
ARTICLE AD BOX

ଭୁବନେଶ୍ବର: ସୁନା ଓ ରୁପା ଦର ଗତ କିଛିଦିନ ହେଲା କମିବାରେ ଲାଗିଛି। ବିଶେଷକରି ଗତ ୧୦ ଦିନ ମଧ୍ୟରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୭୨୫୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୬୯୦୦ ଟଙ୍କା ହ୍ରାସ ପାଇଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦର ୧,୩୬,୦୪୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ଦର ୧,୨୪,୭୦୦ ଟଙ୍କା ଅଛି। ପୂର୍ବ ଦିନ ତୁଳନାରେ ଆଜି ଏଥିରେ ଯଥାକ୍ରମେ ୭୬୦ ଟଙ୍କା ଏବଂ ୭୦୦ ଟଙ୍କା ହ୍ରାସ ଘଟିଛି। ୮ ତାରିଖଠାରୁ ୧୭ ତାରିଖ ମଧ୍ୟରେ ସୁନା ଦର ୨ ଥର ବଢ଼ିଛି ଓ ୬ ଥର କମିଛି। ଅର୍ଥାତ୍‌ ୯ ଓ ୧୫ ତାରିଖକୁ ବାଦ୍‌ ଦେଲେ ଅନ୍ୟଦିନ ସୁନା ଦର ହ୍ରାସ ପାଇଛି। 

ବର୍ତ୍ତମାନ ସୁଦ୍ଧା ରୁପା ଦର ଶସ୍ତା
୧୦ ତାରିଖରୁ ୧୩ ତାରିଖ ମଧ୍ୟରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୨୫୦ ଟଙ୍କା ହ୍ରାସ ପାଇଥିଲା। ସେହି ସମୟ ମଧ୍ୟରେ ୨୨ କ୍ୟାରେଟ ସୁନା ଦର ୬୬୫୦ ଟଙ୍କା ଖସିଥିଲା। ତେବେ ମାସ ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ସୁନା ଦର ୨.୦୪ ପ୍ରତିଶତ ଶସ୍ତା ହୋଇଛି। ଚଳିତମାସ ୫ ତାରିଖରେ ୨୪ କ୍ୟାରେଟ ସୁନା ଦାମ ସର୍ବାଧିକ ୧,୪୬,୦୨୦ ଟଙ୍କା ଓ ୨୨ କ୍ୟାରେଟ ସୁନା ଦାମ୍‌ ୧୩୩,୮୫୦ ଟଙ୍କା ଥିଲା। ଭୁବନେଶ୍ବର ବଜାରରେ ଆଜି ରୁପା ଦର କିଲୋଗ୍ରାମ ପିଛା ୧,୯୦,୦୦୦ ଟଙ୍କା ରହିଛି। ଚଳିତମାସ ବର୍ତ୍ତମାନ ସୁଦ୍ଧା ରୁପା ଦର ୫ ପ୍ରତିଶତ ଶସ୍ତା ହୋଇଛି। ନଭେମ୍ବର ୪ ତାରିଖରେ ଦର ୨,୧୦,୦୦୦ ଟଙ୍କା ଥିଲା। ତେଣୁ ଇତିମଧ୍ୟରେ ଦର ୨୦ ହଜାର କମିଯାଇଛି। 

ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ
ଚଳିତବର୍ଷ ପାର୍ବଣ ଋତୁ ପୂର୍ବରୁ ସୁନା ଦର ବହୁ ଅଧିକ ଥିଲା। ବର୍ଦ୍ଧିତ ଦରରୁ ଲାଭ ପାଇବା ନିମନ୍ତେ ନିବେଶକମାନେ ସୁନା ବିକ୍ରି କରିଥିଲେ। ସୁନା ଦର ହ୍ରାସର ଏହା ଏକ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେଉଛି। ଯାହାଫଳରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଉଛି। ଅନ୍ୟ ଏକ କାରଣ ହେଉଛି ଉଚ୍ଚା ଦର ପାଇଁ ଗ୍ରାହକ ବର୍ତ୍ତମାନ ସୁନା କ୍ରୟରୁ କିଛିମାତ୍ରାରେ ବିରତ ରହିଛନ୍ତି। ସେଥିପାଇଁ ମଧ୍ୟ ଦର ନିମ୍ନମୁଖୀ ହେଉଛି। 

Ashok Leyland: ଖୋରଧାରେ ଅଶୋକ ଲେଲ୍ୟାଣ୍ଡର ନୂଆ ଡିଲରସିପ୍‌ ଖୋଲିଲା ଡିୟନ୍ ଅଟୋମୋଟିଭ

ସେହିଭଳି ରୁପା ଦର ହ୍ରାସର ପ୍ରମୁଖ କାରଣଗୁଡ଼ିକ ହେଲା ସୋଲାର ଓ ଇଲେକ୍ଟ୍ରୋନିକ୍ସ କମ୍ପାନିଗୁଡ଼ିକରେ ଏହାର ଚାହିଦା ହ୍ରାସ। ସେୟାର ବଜାରରେ ଉତ୍‌ଥାନ ପତନ ଯୋଗୁ ଟ୍ରେଡରମାନେ ଅଧିକ ମାତ୍ରାରେ ରୁପା ବିକ୍ରି କରିବାରୁ ଏହାର ଦର ହ୍ରାସ ପାଉଛି। ଏହାବ୍ୟତୀତ ବଜାରରେ ସୁନା ଓ ରୁପା ଦର ପ୍ରାୟତଃ ଗୋଟିଏ ଦିଗରେ ଯାଇଥାଏ। ସୁନା ଦର କମୁଥିବାରୁ ରୁପା ଦର ମଧ୍ୟ କମୁଛି ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.