ARTICLE AD BOX
ବର୍ଲିନ/ତେହେରାନ:ବିଶ୍ୱରେ ତୈଳ ସଙ୍କଟ ଜାରି ରହିଥିବାବେଳେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ତୈଳ ବାଣିଜ୍ୟ ପଥ ହର୍ମୁଜ୍ ପ୍ରଣାଳୀ କେବେ ଖୋଲିବ ସେନେଇ ନାନା କଳ୍ପାଜଳ୍ପନା ଜାରି ରହିଛି। ଏହି ସମୟରେ ଏକ ଫୋନ୍ କଲ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଇରାନ ଏବଂ ଜର୍ମାନୀର ବୈଦେଶିକ ମନ୍ତ୍ରୀ ହଟ୍ ଲାଇନରେ ଫୋନ୍ ଯୋଗେ କଥା ହୋଇଛନ୍ତି, ହର୍ମୁଜ୍ରେ ସୁରକ୍ଷା ଏବଂ ଚାଲିଥିବା ସଂଘର୍ଷର ଅନ୍ତ କିପରି ହେବ ସେ ବିଷୟରେ ଆଲୋଚନା କରିଛନ୍ତି। ଅଲ ଜଜିରା ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଆମେରିକା ନିଜର ସାମରିକ କାର୍ଯ୍ୟକଳାପ ବନ୍ଦ କଲେ ହିଁ ହର୍ମୁଜ୍ର ସୁରକ୍ଷା ସୁନିଶ୍ଚିତ ହୋଇପାରିବ।
ହର୍ମୁଜ୍ କୁ ବିନା ସର୍ତ୍ତରେ ଖୋଲିବା ଉଚିତ୍: ୱାଡେଫୁଲ
ସେ ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ସାମୁଦ୍ରିକ ଅବରୋଧ ଲାଗୁ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ବନ୍ଦ ଯୋଗୁଁ ହେଉଥିବା ଆର୍ଥିକ କ୍ଷତି ଆମେରିକା ଦାୟୀ। ଏସମ୍ପର୍କରେ ବିଶ୍ବ ସମୁଦାୟଙ୍କୁ ଅବଗତ କରିବାକୁ ଆରାଘଚି କହିଛନ୍ତି । ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲ କହିଛନ୍ତି ଯେ, ସେ ଆରାଘଚିଙ୍କୁ ଏହି ଅଞ୍ଚଳର ପଡ଼ୋଶୀ ଦେଶ ଏବଂ ଆମେରିକା ସହିତ ଗଠନମୂଳକ ଭାବରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ଯାହା ଦ୍ବାରା ସଂଘର୍ଷ ସମାପ୍ତ ହୋଇପାରିବ। ୱାଡେଫୁଲ କହିଛନ୍ତି ଯେ, ସମସ୍ତ ଜାହାଜ ଚଳାଚଳ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହର୍ମୁଜ୍ ପ୍ରଣାଳୀକୁ କୌଣସି ସର୍ତ୍ତ ବିନା ଖୋଲିବା ଉଚିତ୍।

1 hour ago
1


