ARTICLE AD BOX
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରରେ ଜଳସ୍ତର ବଢ଼ିବା କାରଣରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣରେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଛି। ଅର୍ଥାତ ଜଳଭଣ୍ଡାରରୁ ଏବେ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଛି।
ଚଳିତବର୍ଷର ପ୍ରଥମ ଜଳ ନିଷ୍କାସନ ଆଜି କରାଯାଉଛି। ଆଜି ପୂର୍ବାହ୍ଣ ୧୧ଟା ପରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲା ଯାଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ହୀରାକୁଦ ପଟୁ ୭ ନମ୍ବର, ପରେ ଆବଶ୍ୟକତା ଅନୁସାରେ ଅନ୍ୟ ଗେଟ୍ ଖୋଲାଯାଇ ଥିଲା। ଅର୍ଥାତ ଆରମ୍ଭରୁ ୪ଟି ଗେଟ୍ (ବାମପାର୍ଶ୍ୱରୁ ୩ଟି ଏବଂ ଡାହାଣ ପାର୍ଶ୍ୱରୁ ଗୋଟିଏ) ଖୋଲାଯାଇଥିଲା। ଜଳସ୍ତର ବଢ଼ିବା କାରଣରୁ ଅପରାହ୍ଣରେ ପୁଣି ୬ଟି ଗେଟ୍ ଖୋଲି ଦିଆଯାଇଛି।
Hirakud: ହୀରାକୁଦ ବୁଡ଼ି ଅଞ୍ଚଳ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ରବି ଧାନ କିଣିବାକୁ ଅନୁମତି ଦେଲେ ରାଜ୍ୟ ସରକାର
ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାରର ଅଚଳ କ୍ଷମତା (ଡେଡ୍ ଷ୍ଟୋରେଜ) ଜଳସ୍ତର ୫୯୦ ଫୁଟ ହୋଇଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ ଖୋଲାଯାଇଥାଏ। ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।

3 hours ago
1


