Hindol Shooting: ୧୨ ରାଉଣ୍ଡ ଗୁଳି କରି ଚାଲିଗଲେ ଦୁର୍ବୃତ୍ତ, ମୁମୂର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର

3 days ago 7
ARTICLE AD BOX

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଝାରବେଡ଼ା ଗ୍ରାମର ଜଣେ ଯୁବକଙ୍କୁ ଘର ନିକଟରେ ଗୋଟିଏ ନୁହେଁ କି ଦୁଇଟି ୧୨ ରାଉଣ୍ଡ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ପ୍ରାୟ ୫-୬ ଘଣ୍ଟା ପରେ   ବାଡ଼ିପଟେ ଥିବା ପୋଖରୀ ହୁଡ଼ା ନିକଟରୁ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଜଣକ ଅଚେତ ରହିଥିବାରୁ ଗୁଳିମାଡ଼ କିଏ, କାହିଁକି କଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି। 

Water: ପାଣିରେ ଗଲା ୭ ଜୀବନ: କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ୩ ଛାତ୍ର, ହିନ୍ଦୋଳରେ ଦୁଇଜଣଙ୍କର ପ୍ରାଣ ଗଲା

ମିଳିଥିବା ସୂଚନାରେ, ଆଜି ସକାଳେ ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅର୍ନ୍ତଗତ ଝାରବେଡ଼ା ଗ୍ରାମର ବାଉରୀବନ୍ଧୁ ନାୟକଙ୍କ ପୁଅ ବିନୟ ନାୟକ (୨୫)ଙ୍କୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ପାଖ ପୋଖରୀ ନିକଟରୁ  ପରିବାର ଲୋକ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍‌ସ ଯୋଗେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। 

ହିନ୍ଦୋଳରେ ଲଜ୍ଜା: ୭ ବର୍ଷ ବୟସର ଶିଶୁକନ୍ୟାକୁ ଦୁଷ୍କର୍ମ, ଜଣେ ଅଟକ

ଖବରପାଇ ବାଲିମୀ ଆଇଆଇସି ଚାରୁଲତା ବେହେରା, ହିନ୍ଦୋଳ ଆଇଆଇସି ମମତା ସାମନ୍ତରାଏ ହିନ୍ଦୋଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିନୟଙ୍କ ଗୋଡ଼ ଓ ଜଙ୍ଘରେ ୧୨ରୁ ୧୩ଟି ଗୁଳି ବାଜିଥିବା ଡାକ୍ତର କହିଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ଘଟିଥିବା ଜଣାଯାଉଛି। 

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳିକରି ହତ୍ୟା: ହିନ୍ଦୋଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ବିନୟଙ୍କ ନାମରେ ପୂର୍ବରୁ  ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। 
ଅନେକ ସମୟରେ ଏହି ଅଞ୍ଚଳରେ ଏଭଳି ଅପରାଧିକ ଘଟଣା ଘଟୁଥିବାରୁ ସନ୍ଧ୍ୟାପରେ ପୁଲିସ ପାଟ୍ରୋଲିଂ କରିବା ପାଇଁ ଦାବି ହେଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.