Himalayan Glaciers Melting: ହିମାଳୟର ହିମବାହ ତରଳିବା ଗତି ୬୫% ବଢ଼ିଛି

3 hours ago 1
ARTICLE AD BOX

ନୂଆଦିଲ୍ଲୀ: ହିମାଳୟର ହିମବାହ ବା ହିମନଦଗୁଡ଼ିକ ଏକ ଦଶନ୍ଧି ପୂର୍ବ ତୁଳନାରେ ଏବେ ୬୫% ଅଧିକ ଦ୍ରୁତ ଗତିରେ ବରଫ ହରାଉଛନ୍ତି। ହିମନଦ ତରଳିବାର ପ୍ରାୟ ଏକ-ତୃତୀୟାଂଶ ପାଇଁ ‘ବ୍ଲାକ୍‌ କାର୍ବନ୍‌’ ଦାୟୀ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ସିଷ୍ଟମିକ୍‌ ଓ ଇଣ୍ଟିଗ୍ରେଟେଡ୍‌ ମାଉଣ୍ଟେନ୍‌ ଇନିସିଏଟିଭ୍‌ର ମିଳିତ ଅଧ୍ୟୟନରେ ଏହି ତଥ୍ୟ ଦିଆଯାଇଛି। ଏଥିରେ ଇଣ୍ଟର୍‌ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ଇଣ୍ଟିଗ୍ରେଟେଡ୍‌ ମାଉଣ୍ଟେନ୍‌ ଡେଭଲପ୍‌ମେଣ୍ଟ (ଆଇସିଆଇଏମ୍‌ଓଡି) ଓ ଜିବି ପନ୍ତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଏନ୍‌ଭାର୍ନମେଣ୍ଟର ମଧ୍ୟ ଯୋଗଦାନ ରହିଛି।

ଅଧ୍ୟୟନ ଅନୁଯାୟୀ, ହିମାଳୟର ସମତଳ ଅଞ୍ଚଳରୁ ଉଠୁଥିବା କଳା କାର୍ବନ୍‌ କଣିକା ହିମଶୈଳ ଉପରେ ଜମିବା ଯୋଗୁଁ ବରଫ ଶୀଘ୍ର ତରଳୁଛି। ବିଶେଷକରି ସମତଳ ଅଞ୍ଚଳର ଇଟାଭାଟିରୁ ନିର୍ଗତ କଳା କାର୍ବନ୍‌ ଏଥିରେ ବଡ଼ ଭୂମିକା ନିଭାଉଛି। ବରଫ ଉପରେ ଏହି କଳା କଣିକା ଜମିଲେ ଏହା ଅଧିକ ସୂର୍ଯ୍ୟତାପ ଶୋଷଣ କରେ ଏବଂ ତରଳିବାର ଗତି ବଢ଼ିଯାଏ। ହିମନଦ ତରଳିବା ସହ ହିମାଳୟର ଅନେକ ଅଞ୍ଚଳରେ ବିପଦ ମଧ୍ୟ ବଢ଼ୁଛି। ବରଫ ତରଳିବା ଯୋଗୁଁ ହିମନଦ ନିକଟରେ ଥିବା ହ୍ରଦଗୁଡ଼ିକର ଆକାର ବଢ଼ୁଛି। ଏହି ହ୍ରଦଗୁଡ଼ିକୁ ଧରି ରଖିଥିବା ବରଫ ଓ ପଥର ଦୁର୍ବଳ ହେଲେ ହଠାତ୍‌ ବନ୍ୟା ଆସିପାରେ। ଏହା ସହ ପାହାଡ଼ର ମାଟି ଓ ବରଫ ଜମିଥିବା ଅଞ୍ଚଳ ତରଳିବାରୁ ଭୂସ୍ଖଳନର ବିପଦ ମଧ୍ୟ ବଢ଼ୁଛି।

ରିପୋର୍ଟରେ କୁହାଯାଇଛି, ହିନ୍ଦୁକୁଶ-ହିମାଳୟ ଅଞ୍ଚଳରେ ପ୍ରାୟ ୪୦ ହଜାର ହିମନଦ ଥିବା ଆକଳନ କରାଯାଇଛି। କିନ୍ତୁ ଏଥିରୁ ମାତ୍ର ପ୍ରାୟ ୨୧ଟି ହିମନଦର ନିୟମିତ ଓ ବିସ୍ତୃତ ନିରୀକ୍ଷଣ କରାଯାଉଛି। ଅର୍ଥାତ୍‌ ଅତ୍ୟନ୍ତ କମ୍‌ ହିମନଦ ଉପରେ ନଜର ରହିଛି। ଭାରତରେ ଏପରି ନିରୀକ୍ଷଣ ହେଉଥିବା ହିମନଦ ସଂଖ୍ୟା ପ୍ରାୟ ୧୬ରୁ ୧୭ ବୋଲି ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନର ଗତି ଜାରି ରହିଲେ ୨୧୦୦ ସୁଦ୍ଧା ହିନ୍ଦୁକୁଶ-ହିମାଳୟ ଅଞ୍ଚଳର ହିମନଦଗୁଡ଼ିକର ବର୍ତ୍ତମାନର ବରଫ ପରିମାଣର ୮୦% ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଅଧିକାଂଶ ହିମାଳୟ ନଦୀ ଅବବାହିକା ଏହି ଶତାବ୍ଦୀର ମଧ୍ୟଭାଗରେ ‘ପିକ୍‌ ୱାଟର୍‌’ ସ୍ଥିତିରେ ପହଞ୍ଚିପାରେ। ଅର୍ଥାତ୍‌, ପ୍ରଥମେ ଅଧିକ ବରଫ ତରଳିବାରୁ ନଦୀରେ ଜଳପ୍ରବାହ ବଢ଼ିବ, କିନ୍ତୁ ପରେ ବରଫର ମାତ୍ରା କମିଯିବାରୁ ଜଳପ୍ରବାହ ମଧ୍ୟ ହ୍ରାସ ପାଇବ। ଏହା ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆର ଜଳ ନିରାପତ୍ତା ଓ ଅର୍ଥନୀତି ପାଇଁ ବଡ଼ ଚିନ୍ତାର ବିଷୟ। ରିପୋର୍ଟରେ କଳା କାର୍ବନ୍‌ ନିର୍ଗମନ କମାଇବା, ବିପଦପ୍ରବଣ ଜଙ୍ଗଲର ସୁରକ୍ଷା, ଶୁଖିଯାଉଥିବା ହିମାଳୟର ଝରଣାଗୁଡ଼ିକୁ ପୁନରୁଦ୍ଧାର, ପର୍ଯ୍ୟଟକଙ୍କ ସଂଖ୍ୟା ଓ ଅଞ୍ଚଳର ଧାରଣକ୍ଷମତା ମଧ୍ୟରେ ସମନ୍ୱୟ ଏବଂ ଆଗୁଆ ସତର୍କତା ବ୍ୟବସ୍ଥାକୁ ମଜବୁତ କରିବା ଭଳି ପଦକ୍ଷେପ ନେବାକୁ ସୁପାରିସ କରାଯାଇଛି।

୨୦ ବର୍ଷ ଧରି ପତ୍ନୀଙ୍କୁ ନିଶା ଦେଇ ଦୁଷ୍କର୍ମ, ଫଟୋ ବାଣ୍ଟୁଥିଲେ ସ୍ୱାମୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.