ARTICLE AD BOX
ଅନୁଗୋଳ: ଘରେ ଅବସରପ୍ରାପ୍ତ ପୁଲିସ ଇନିସପେକ୍ଟରଙ୍କ ନାମଫଳକ। ଘର ଭିତରେ ଦେହ ବ୍ୟବସାୟ ଚାଲିଥିଲା। ଖବର ପାଇ ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୁଲିସର ମିଳିତ ଟିମ୍। ବାହାର ରାଜ୍ୟର ୨ ଯୁବତୀ, ୨ ଗ୍ରାହକଙ୍କ ସହ ଦେହ ଦଲାଲ ଘର ମାଲିକ ଅଟକ।
Sex Racket: ମାଲକାନଗିରିରେ ସେକ୍ସ ରାକେଟ୍ ଘଟଣାରେ ଘର ମାଲିକ ସମେତ ୫ ଗିରଫ
ସୂଚନା ଅନୁସାରେ, ଅନୁଗୋଳ ଅମଲାପଡ଼ାରେ କୁଞ୍ଜ ମୋହନ ସ୍ୱାଇଁ, ଇନିସପେକ୍ଟର ଅଫ୍ ପୁଲିସ, ରିଟାୟାର୍ଡ, ଲେଖା ଥିବା ଏକ ଘରେ ମୁହଁ ସଞ୍ଜ ବେଳେ ସେକ୍ସ ରାକେଟ ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅନୁଗୋଳ ପୁଲିସ। ତୁରନ୍ତ ସ୍ପେସାଲ୍ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୁଲିସର ଏକ ମିଳିତ ଟିମ ଉକ୍ତ ଘରେ ଛାପା ମାରିଥିଲା। ଚଢ଼ାଉ ବେଳେ ପୁଲିସ ବାହାର ରାଜ୍ୟର ୨ ଦେହଜୀବୀ ଙ୍କ ସହ ୨ ଜଣ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲା।
ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ: ୨ ଯୁବତୀ ଉଦ୍ଧାର, ଜଣେ ଯୁବକ ଅଟକ
ଏହାସହ ଦେହ ଦଲାଲ ସାଜିଥିବା ଘର ମାଲିକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୁଲିସ। ତେବେ ଅନୁଗୋଳ ଟାଉନ୍ ଥାନା ଓ ଏସପି ଅଫିସ୍ ଠାରୁ ମାତ୍ର ୪୦୦-୫୦୦ ମିଟର ଦୂରରେ କିଭଳି ଓ କେବେଠୁ ଚାଲିଥିଲା ଏହି ସେକ୍ସ ରାକେଟ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

1 hour ago
1


