ARTICLE AD BOX
ମେଷ: ପାରିବାରିକ ସମସ୍ୟା ଦୂର ହେବ। ପାର୍ଟଟାଇମ୍ କାମ କରିବାର ଯୋଜନା ପୂରା ହେବ। ଛାତ୍ର କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବୃଷ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବନ୍ଧୁ ସହିତ ମିଶିବାର ମଉକା ପାଇବେ। ଆପଣଙ୍କ ପିଲାଙ୍କୁ ପୁରସ୍କାର ମିଳିବା ଯୋଗୁଁ ଖୁସି ହେବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ।
ମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। କର୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଆପଣଙ୍କର କୌଣସି ଇଚ୍ଛା ପୂରା ହୋଇପାରେ। ଶତ୍ରୁପକ୍ଷ ଆପଣଙ୍କଠାରୁ ଦୂରତ୍ବ ବନାଇ ରହିବେ।
କର୍କଟ: ପରିବାରର ଛୋଟ ପିଲା ଆପଣଙ୍କୁ କିଛି ଖୁଆଇବା ପାଇଁ ଗୁହାରି କରିବେ। ଆପଣ କୌଣସି କଥାକୁ ନେଇ ବିଚାରବିମର୍ଶ କରିବେ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଧନଲାଭ ଯୋଗ ଅଛି।
ସିଂହ: ଛୋଟ ଛୋଟ କଥାରେ ବରିକ୍ତ ହୁଅନ୍ତୁ ନାହିଁ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବ୍ୟବସାୟରେ ବଡ଼ ଡିଲ୍ ହେବା ଯୋଗୁଁ ଧନଲାଭ ହେବ। ଘରକୁ କୁଣିଆ ଆସିବେ।
କନ୍ୟା: ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଅଧୁରା କାମ ପୂରା କରିବାରେ ସଫଳ ହେବେ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ତରତର ହୁଅନ୍ତୁ ନାହିଁ। ଦେଇ ଆସୁଥିବା ମାସିକ କିସ୍ତି ପୂରା ହୋଇଯିବ।
ଆହୁରି ପଢ଼ନ୍ତୁ- Success Story Divya Dwivedi: ଆସିଥିଲା ଅନେକ କଠିନ ପରିସ୍ଥିତି କିନ୍ତୁ ଭାଙ୍ଗି ନଥିଲା ଦିବ୍ୟାଙ୍କ ସ୍ବପ୍ନ
ତୁଳା: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ସମ୍ମାନ ବଢ଼ିବ।
ବିଛା: ଚାକିରିଜୀବୀଙ୍କର ବେତନ ବୃଦ୍ଧି ହେବ। ଛୋଟ ପିଲା ଚିତ୍ର ଆଙ୍କିବାରେ ବ୍ୟସ୍ତ ରହିବେ। ସଂପତ୍ତି ମାମଲାରେ ବରିଷ୍ଠ ଲୋକଙ୍କ ସହିତ କଥା ହୁଅନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ଧନୁ: ଛୋଟିଆ କଥାରେ ବିରକ୍ତ ହୁଅନ୍ତୁ ନାହିଁ। ବିରୋଧୀ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହିବେ। କୌଣସି ଅର୍ନ୍ତରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ଆସିବ।
ମକର: ଆପଣଙ୍କ ଭିତରେ ଏକ ନୂଆ ଶକ୍ତିସଂଚାର ହେବ। କୌଣସି ଧାର୍ମିକ ଆୟୋଜନରେ ସାମିଲ ହୋଇପାରନ୍ତି। ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଲେଖାପଢ଼ାରେ ସାଥୀର ସାହାଯ୍ୟ ପାଇବେ।
କୁମ୍ଭ: ଜୀବନସାଥୀ ସହିତ ଖୁସିର କ୍ଷଣ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରତିଭା ଦେଖାଇବେ। ଆପଣଙ୍କୁ କୌଣସି ଭଲ ଚାକିରି ମିଳିବ। ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯିବେ।
ମୀନ: ବ୍ୟବସାୟରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ।

1 hour ago
1


