Hidden Crocodile ପୋଖରୀରେ ଲୁଚିରିଥିଲା କୁମ୍ଭୀର, ଖାଉଥିଲା ହଂସ ଓ ମାଛ

1 hour ago 2
ARTICLE AD BOX

ମାଲକାନଗିରି: ମାଲକାନଗିରି ଏମ୍‌ଭି (ମାଲକାନଗିରି ଭିଲେଜ୍‌) ୧୦୪ ଗାଁର ଏକ ଘରୋଇ ପୋଖରୀରେ କୁମ୍ଭୀର ଗତ ତିନି ଦିନ ଧରି ଲୁଚିବସିଥିଲା। ପୋଖର‌ୀକୁ ଆସୁଥିବା ହଂସଗୁଡ଼ିକୁ ଖାଇଯାଉଥିଲା। ଏଭଳି ଶତାଧିକ ହଂସ ଖାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଡ଼ିଓ ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେସ୍‌ ଭାଇରାଲ୍‌ ହୋଇଥିଲା। ଶେଷରେ ଲୁଚିଥିବା କୁମ୍ଭୀରକୁ ବନ ବିଭାଗ ବାହାର କରିଛି। କୁମ୍ଭୀରର ଆକାର ତୁଳନାରେ ଏତେ ସଂଖ୍ୟକ ହଂସ ଓ ମାଛ କିଭଳି ଖାଇଲା ତାକୁ ନେଇ ବନବିଭାଗର ବିଶେଷଜ୍ଞ ଓ କର୍ମଚାରୀମାନେ ଚକିତ ହୋଇଛନ୍ତି। 

Crocodile Attack: ମହିଳାଙ୍କୁ ଟାଣିନେଲା କୁମ୍ଭୀର

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବନାଞ୍ଚଳରେ ଥିବା ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗ୍ରାମରେ ଥିବା ଏକ ପୋଖରୀରେ ଗୋଟିଏ କୁମ୍ଭୀର କେଉଁ ଆଡରୁ ଚାଲି ଆସି ଶତାଧିକ ହଂସ ଖାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।

Mkg small crocodile rescue (1)

ସୂଚନା ପାଇ ବନ ବିଭାଗ ତତ୍ପରତା ଦେଖାଇଥିଲା। ଗତ ତିନି ଦିନ ଧରି ବନ ବିଭାଗ କୁମ୍ଭୀରକୁ କାବୁ କରିବାକୁ ନାକେଦମ ହୋଇଥିଲା। ଆଜି ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ବନ ବିଭାଗର କର୍ମଚାରୀ ସହ ସ୍ଥାନୀୟ ଜନସାଧାରଣ କୁମ୍ଭୀରକୁ କାବୁ କରିବା ପାଇଁ ପଣ କରି ପୋଖରୀକୁ ଓହ୍ଲାଇଥିଲେ। 

White crocodile: ଆବଦ୍ଧ ପୋଖରୀରୁ ମୁକ୍ତି ପାଇବେ ଧଳା କୁମ୍ଭୀର ମଲ୍ଲୀ ଓ ଶ୍ବେତା

ପୋଖରୀରେ ଜାଲ ବାନ୍ଧି ଖୋଜିଥିଲେ। ଦୀର୍ଘ ସମୟର କସରତ ପରେ ଏକ ଛୋଟିଆ କୁମ୍ଭୀର ଜାଲରେ ଲାଗିଥିଲା। ତୁରନ୍ତ ଲୋକେ କୁମ୍ଭୀରକୁ କାବୁ କରିଥିଲେ। କୁମ୍ଭୀରଟି ମାତ୍ର ୪ ଫୁଟର ଥିଲା। ଏତେ ଛୋଟ କୁମ୍ଭୀର କେମିତି ଦୁଇ ତିନି ଦିନରେ ଶତାଧିକ ହଂସ ସହ କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ଖାଇଗଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କୁମ୍ଭୀରକୁ ବାହାରକୁ ବାହାର କରିବା ପରେ ଲୋକଙ୍କ ମନରେ ଥିବା ଆଶଂକା ଦୁର ହୋଇଥିଲା। ବନ ବିଭାଗ କୁମ୍ଭୀରର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏହାକୁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡି ଦିଆଯିବ ବୋଲି କୁହାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.