ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ରରେ ଚଳିତ ମୌସୁମୀ ବର୍ଷାରେ ୬୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜୁଲାଇ ୧ ତାରିଖରୁ ୮ ତାରିଖ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୬୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୭୪ ଜଣ ଆହତ ହୋଇଛନ୍ତି ବୋଲି ଏସ୍ଡିଏମ୍ଏ ( ରାଜ୍ୟ ବିପର୍ଜ୍ୟୟ ପରିଚାଳନା କର୍ତ୍ତୃପକ୍ଷ) କହିଛନ୍ତି। ବିଭିନ୍ନ ନିର୍ମାଣ ଭୁଶୁଡ଼ିଥିବାରୁ ସର୍ବାଧିକ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପବନ ଏବଂ ବଜ୍ରପାତ ଯୋଗୁ ୨୩, ଗଛ ପଡ଼ି ୬ , ଭୂସ୍ଖଳନ ଯୋଗୁ ୬ ଏବଂ ବନ୍ୟା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଇତି ମଧ୍ୟରେ ପାଲଘର ଜିଲ୍ଲାର ବସାଇ-ବିରାର୍ ଟାଉନସିପ୍ରେ ବନ୍ୟାଜଳ ଖସିବା ଆରମ୍ଭ କରିଛି।
ତେବେ ନଲସପାରା ଅଞ୍ଚଳରେ ଜଳମଗ୍ନ ରେଳ ଧାରଣା ପାଇଁ ପଶ୍ଚିମ ରେଳବାଇ ସବଅର୍ବାନ୍ ଟ୍ରେନ୍ ଟ୍ରାଫିକ୍ ପାଇଁ ସମସ୍ୟା ଉପୁଜିଛି। ବର୍ଷା ପାଇଁ ମୁମ୍ବାଇ, ଥାନେ ଏବଂ ପୁନେରେ ହାଇ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ଧରି ମୁମ୍ବାଇ, ପୁନେ, ଥାନେ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଂଶରେ ବର୍ଷା ସାଧାରଣ ଜୀବନକୁ ବାଧାପ୍ରାପ୍ତ କରିଦେଇଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। କେଉଁଠି କୋଠା ଭୁଶୁଡ଼ି ଲୋକଙ୍କର ମୃତ୍ୟୁ ହୋଇଛି ତ କେଉଁଠି ମୁକୁଳା ଡ୍ରେନ୍ରେ ପଡ଼ି ଏବଂ ଅନ୍ୟ କେଉଁଠି ଭୂସ୍ଖଳନ ହୋଇ ଲୋକଙ୍କର ମୃତ୍ୟୁ ହୋଇଛି।
Heavy humidity: ପ୍ରାକ୍ ମୌସୁମୀ ବର୍ଷା ସତ୍ତ୍ବେ ପ୍ରବଳ ଗୁଳୁଗୁଳି

2 hours ago
2


