ARTICLE AD BOX
ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର, ଗୁଜରାଟ, କେରଳ, ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ, ରାସ୍ତାଘାଟ ଜଳବନ୍ଦୀ ହେବା, ଗଛ ଉପୁଡ଼ି ପଡ଼ିବା ପରି ସ୍ଥିତି ଦେଖିବାକୁ ମିଳିଛି। ଦିଲ୍ଲୀ, ରାଜସ୍ଥାନ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର ସମଗ୍ର ଏନସିଆରରେ ଜଳବନ୍ଦୀ ଓ ବ୍ୟାପକ ଟ୍ରାଫିକ ସମସ୍ୟା ଦେଖାଯାଇଛି। ସ୍ୱାଭାବିକତା ଫେରାଇ ଆଣିବା ପାଇଁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ରରେ ଜୁଲାଇ ୧ ତାରିଖରୁ ବର୍ଷା ଯୋଗୁ ପାଲଘର ଜିଲ୍ଲାରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।
ଆହୁରି ପଢନ୍ତୁ :Donald Trump:ଇରାନ ସହ ଅସ୍ତ୍ରବିରତି ସମାପ୍ତ କଲେ ଟ୍ରମ୍ପ
ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଅମଲନେର ସହର ନିକଟରେ ଏକ ପାଣି ଭର୍ତ୍ତି ଖଣିରେ ତିନି ଜଣ କିଶୋର ବୁଡ଼ି ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ସେଲଫି ନେବାକୁ ଚେଷ୍ଟା କରିବା ସମୟରେ ଖସି ପଡ଼ିଥିଲା। ପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ମଧ୍ୟ ବୁଡ଼ି ଯାଇଥିଲେ। ବର୍ଷା ପ୍ରଭାବିତ ମହାରାଷ୍ଟ୍ର ଓ ଗୁଜରାଟରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସେଠାକାର ସ୍ଥିତି ସମୀକ୍ଷା କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହିତ କଥା ହୋଇ କେନ୍ଦ୍ରୀୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ଦିନ ଉଲ୍ଲାସ ନଦୀରେ ପାଣି ପ୍ରବାହିତ ହେବା ପରେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ନେରାଲ ଓ କରଜତ ଷ୍ଟେସନ ମଧ୍ୟରେ ଟ୍ରେନ୍ ସେବା ପ୍ରାୟ ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିଥିଲା।
ଆହୁରି ପଢନ୍ତୁ :Liquor Seized: ଲଇକେରା ପୁଲିସର ବଡ଼ ସଫଳତା : ୩୨୦ ଲିଟର ଚୋରା ଦେଶୀ ମଦ ଜବତ, ଜଣେ ଗିରଫ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ସହ କଥା ହୋଇ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବର୍ଷା ଜନିତ ପ୍ରତିକୂଳ ସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ଆଶ୍ବାସନା ଦେଇଛନ୍ତି। ସୋମବାର ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିବା ଯୋଗୁ ଚେନାବ ଉପତ୍ୟାକାରେ ବ୍ୟାପକ ବାଧା ସୃଷ୍ଟି ହେବା, ଡୋଡା ଜିଲ୍ଲାରେ ରାସ୍ତା ଯୋଗାଯୋଗ ପ୍ରଭାବିତ ହେବା ଓ କିସ୍ତୱାଡ଼ ଜିଲ୍ଲାର ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା।
ଆହୁରି ପଢନ୍ତୁ :Mumbai:ଏଲ୍ ନିନୋ ସତ୍ତ୍ବେ କେମିତି ମୁମ୍ବାଇରେ ମାସକର ବର୍ଷା ୭ ଦିନରେ ବର୍ଷିଲା
କେରଳର ୱାୟନାଡରେ ଭୂସ୍ଖଳନ ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଓ ୯ ଜଣ ନିଖୋଜ ହେବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ମଙ୍ଗଳବାର ବାଦଲ ଫଟା ବର୍ଷା ହୋଇ ସେତୁ ଭାସି ଯାଇଛି। ଲଘୁଚାପ ଓ ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ ଓ ଏନ୍ସିଆର୍ରେ ପ୍ରବଳ ବର୍ଷା ଯୋଗୁ ଗୁରୁଗ୍ରାମ ପୁଲିସ କର୍ପୋରେଟ କମ୍ପାନୀ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମରେ କାମ କରିବା ପରାମର୍ଶ ଜାରି କରିଛି। ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ରାସ୍ତା ଓ ବଜାର ପାଣିରେ ବୁଡ଼ି ରହିଛି।

1 hour ago
1


