Heavy rain: ଲଗାଣ ବର୍ଷାରେ ଧୋଇଗଲା ପୋଲ, ବାରିପଦାର ରାସଗୋବିନ୍ଦପୁର- ଅମର୍ଦ୍ଦା ଯାତାୟାତ ଠପ

10 hours ago 1
ARTICLE AD BOX

ମୋରଡା: ଲଘୁଚାପ ଜନିତ ଲଗାଣ ବର୍ଷା ଗତକାଲି ରାତିଠାରୁ ଜାରି ରହିଛି । ଫଳରେ ମୋରଡା ବ୍ଲକର ବାରିପଦା - ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ବନ୍ଧ ଉପରେ ୩ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି । ସେହିପରି ବାରମାଇଲ - ବାଘଡା ମୁଖ୍ୟର ମୋହନପୁର ବନ୍ଧ ଉପରେ ୪ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି।

ଆହୁରି ପଢନ୍ତୁ :USS Abraham Lincoln sailor: ମାନସିକ ସନ୍ତୁଳନ ହରାଉଛନ୍ତି ଆମେରିକୀୟ ସୈନିକ; ଯୁଦ୍ଧଜାହାଜରୁ ଡେଇଁ ହାରୁଛନ୍ତି ଜୀବନ

ସେହିପରି ମୟୂରଭଞ୍ଜଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠା ଦେଉଳି ମୁଖ୍ୟରାସ୍ତା ଝାଲିଆମରାଠାରେ ଲଗାଣ ବର୍ଷାରେ ଧୋଇଯାଇଛି ପୋଲ୍। ବହୁଦିନରୁ ପୋଲଟି ଦୁର୍ବଳ ଅବସ୍ଥାରେ ଥିବାରୁ ଧୋଇଯାଇଛି | ୮ଟି ପଂଚାୟତର ହଜାର ହଜାର ଲୋକ ଏହି ପୋଲ ଦେଇ ଯିବା ଆସିବା କରନ୍ତି। ସେହିଭଳି ଜମ୍ଭିରାପାଳ ସୁରୁକିଖାଳ ଉପରେ ତିନିଫୁଟ ପାଣି ପ୍ରବାହିତ କରିବାରୁ ଧେଙ୍କିଆ କାଣିମୋହୁଲି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଠିକ ସେହିପରି ରାସଗୋବିନ୍ଦପୁର ବ୍ଲକର ଚାରିଟି ପଞ୍ଚାୟତରେ ବର୍ଷା ପାଣି ପ୍ରବେଶ କରିଛି ।

ଆହୁରି ପଢନ୍ତୁ :Student Protest: ଝାଡ଼ଖଣ୍ଡ ବିଧାନସଭା ଘେରାଉ: ୬୦୦ ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

 ନାକିଚୁଆ, ମାଣିଦା, ଖୁଣ୍ଟାପାଳ ଓ ସାରମୂଳା ପଞ୍ଚାୟତର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିଦର୍ଶନ କରିବା ସହିତ ସ୍ଥିତି ଉପରେ କଡା ନଜ଼ର ରଖିଛନ୍ତି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.