Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା

3 hours ago 2
ARTICLE AD BOX

ସିମଲା: ହିମାଚଳପ୍ରଦେଶର କାଙ୍ଗ୍ରା ଜିଲ୍ଲା ବୋହ ଉପତ୍ୟକାରେ ସୋମବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ପରେ ହଠାତ୍‌ ଆକସ୍ମିକ ବନ୍ୟା ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ଜଳସ୍ରୋତରେ ଅତି କମ୍‌ରେ ୧୪ଟି ଘର ଓ ଗୁହାଳ ଭାସିଯାଇଥିବାବେଳେ ଅନେକ ଗୃହପାଳିତ ପଶୁ ମଧ୍ୟ ଭାସିଯାଇଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି ଏବଂ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ, ବୋହ ଉପତ୍ୟକାର ଉପରମୁଣ୍ଡରେ ହଠାତ୍‌ ବାଦଲଫଟା ବର୍ଷା ହେବା ପରେ ପାହାଡ଼ିଆ ନାଳଗୁଡ଼ିକରେ ପ୍ରବଳ ଜଳସ୍ରୋତ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଅନେକ ଘର, ଗୁହାଳ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଇଯିବାରୁ ବଡ଼ ଧରଣର ଜନହାନିକୁ ଏଡ଼ାଯାଇ ପାରିଛି। ତେବେ ବହୁ ପରିବାର ଘରଦ୍ୱାର ହରାଇଥିବାରୁ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ଗଜପତିରେ ବିପର୍ଯ୍ୟୟ ଆଣିଲା ବାଦଲଫଟା ବର୍ଷା: ଭାସିଗଲେ ୪ ଜଣ, ୨ ନିଖୋଜ, ଦୁଇ ଜଣଙ୍କ ଶବ ଉଦ୍ଧାର

ଜିଲ୍ଲା ପ୍ରଶାସନ, ପୁଲିସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସ୍‌ଡିଆର୍‌ଏଫ୍‌) ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରୁଛନ୍ତି। ପ୍ରବଳ ବର୍ଷା ଯୋଗୁ କେତେକ ସଡ଼କ ଅବରୋଧ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ କିଛି ଅସୁବିଧା ଦେଖାଦେଇଛି। ପାଣିପାଗ ବିଭାଗ ଆଗାମୀ କିଛି ଦିନ ହିମାଚଳପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ଆକସ୍ମିକ ବନ୍ୟାର ଆଶଙ୍କା ଥିବାରୁ ନଦୀ, ନାଳ ଓ ପାହାଡ଼ ଢାଲୁ ନିକଟକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ପ୍ରଭାବିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.