ARTICLE AD BOX
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ବଳୟ ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ପୁରୀରେ ଗତକାଲିଠାରୁ ବର୍ଷା ଲାଗି ରହିଥିବାବେଳେ ଗତ ୩୬ଘଣ୍ଟା ମଧ୍ୟରେ ୧୦୫.୮ମିମି ବର୍ଷା ହୋଇଛି। ବର୍ଷା ସତ୍ତ୍ବେ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜି ରଥ ଟାଣିଛନ୍ତି। ପୁରୀରେ ଶୁକ୍ରବାର ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ହେଲେ ମଧ୍ୟାହ୍ନ ପରେ ବର୍ଷା କମିବାର ସମ୍ଭାବନା ଅଛି।
Maoists: ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର; ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ
ବୁଧବାର ରାତିରେ ଅନୁଗୁଳରେ ସର୍ବାଧିକ ୨୦୬ମିମି ବର୍ଷା ରେକର୍ଡ ହୋଇଥିବାବେଳେ ତାଳଚେରରେ ୧୯୫ମିମି, ନୟାଗଡ଼ରେ ୧୧୦ମିମି,ଢେଙ୍କାନାଳରେ ୧୧୬ମିମି, ପୁରୀରେ ୮୯.୫ମିମି, ବରଗଡ଼ରେ ୭୫.୮ମିମି, ଜଗତସିଂହପୁରରେ ୯୫ମିମି ବର୍ଷା ହୋଇଥିବାବେଳେ ରାଜ୍ୟର ବହୁ ସ୍ଥାନରେ ୫୦ମିମିରୁ ଅଧିକ ବର୍ଷା ହୋଇଥିଲା। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଆଜି ସକାଳୁ ପଶ୍ଚିମ ଓଡ଼ିଶାର ହୀରାକୁଦରେ ସର୍ବାଧିକ ୯୭ମିମି, ସମ୍ବଲପୁରରେ ୯୪.୪ମିମି, ସୋନପୁରରେ ୨୭ମିମି, ଟିଟିଲାଗଡ଼ରେ ୨୬ମିମି, ବୌଦ୍ଧରେ ୨୪ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଉପକୂଳ ଓଡ଼ିଶାରେ ଜଗତସିଂହପୁରରେ ସର୍ବାଧିକ ୩୦.୨ମିମି, ଖୋର୍ଦ୍ଧାରେ ୨୭ମିମି, ଭୁବନେଶ୍ବରରେ ୨୨ମିମି ବର୍ଷା ରେକର୍ଡ ହୋଇଛି।
Rath Yatra: ସହରରୁ ଗାଁ ୯ ଦିନ ଟଣାହୁଏ ରଥ
ଲଘୁଚାପ ସକ୍ରିୟ ଥିବାରୁ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ହେଲେ ଆଜି ଅପେକ୍ଷା ବର୍ଷା କମ୍ ରହିବ। ଶୁକ୍ରବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋରଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

2 hours ago
1


