Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ

2 months ago 28
ARTICLE AD BOX

ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ (ଏମ୍ଏଚ୍ୟୁ) ଜରିଆରେ ୧୬ଟି ଗ୍ରାମରେ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଏହା ଦ୍ବାରା ୪୦୦୦ରୁ ଅଧିକ ଶିଶୁ ଓ ୫୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ଗତ ତିନି ବର୍ଷ ୩୫୦୦ରୁ ଅଧିକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ୧୧୦୦ରୁ ଅଧିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେଥିରେ ଚିକିତ୍ସା ପରାମର୍ଶ, ରୋଗ ନିରୀକ୍ଷଣ, ପରୀକ୍ଷା, ନିଦାନ ଓ  ଅତ୍ୟାବଶ୍ୟକ ଔଷଧ ପ୍ରଦାନ କରାଯାଉଛି। ଏ ସଂକ୍ରାନ୍ତରେ ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ସିଇଓ ଅମରେଶ କୁମାର କହିଛନ୍ତି ଯେ ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ କାର୍ଯ୍ୟକ୍ରମ ଆଖପାଖର ଲୋକଙ୍କ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥାଏ।

Vedanta:ବେଦାନ୍ତ ଆଲୁମିନିୟମ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଟିମ୍ର ଡାକ୍ତର ଇନ୍ଦ୍ରପ୍ରକାଶ ପ୍ରଜାପତି କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବାକୁ ଲୋକମାନଙ୍କ ପାଇଁ ଅଧିକ ସୁଲଭ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.