ARTICLE AD BOX
ଲଖିମପୁର ଖିରି: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଅଛି? ରୋଗୀଙ୍କ ଚିକିତ୍ସା ଠିକ୍ଭାବରେ ଚାଲିଛି କି ନାହିଁ? ଜନସାଧାରଣଙ୍କୁ ଉପଯୁକ୍ତ ସୁବିଧା ମିଳୁଛି କି ନାହିଁ? ଏସବୁର ତଦାରଖ କରିବା ପାଇଁ ସ୍ଥାନୀୟ ବିଧାୟକ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ପହଞ୍ଚିଛନ୍ତି। ତେବେ ସେଠାରେ ଡାକ୍ତରମାନଙ୍କ ଦ୍ବାରା ବିଧାୟକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ଲଖିମପୁର ଖିରିରୁ ଏହି ଖବର ଆସିଛି।
ବିଜେପି ବିଧାୟକ ଯୋଗେଶ ବର୍ମା ମଙ୍ଗଳବାର-ବୁଧବାର (୨୦୨୬ ଅଗଷ୍ଟ ୧୧-୧୨) ମଧ୍ୟରାତ୍ରିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଚାନକ ପହଞ୍ଚି ଥିଲେ। ହସ୍ପିଟାଲରେ ଦେଖାଯାଉଥିବା ଅବ୍ୟବସ୍ଥା ନେଇ ବିଧାୟକ ବିରକ୍ତି ପ୍ରକାଶ କରିଥିଲେ। ସେ ସେଠାରେ ଉପସ୍ଥିତ ଡାକ୍ତର ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ବିଧାୟକ କହିଥିଲେ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସ୍ଥାନରେ ସୁବିଧା ଯୋଗାଇ ଦେଉଥିବା ନେଇ କହୁଛନ୍ତି। କିନ୍ତୁ ଏଠାରେ ଆବଶ୍ୟକ ସୁବିଧା ନାହିଁ। ଏଥି ପାଇଁ ଜନସାଧାରଣ ହଇରାଣର ସାମ୍ନା କରୁଛନ୍ତି। ବିଧାୟକଙ୍କର ଏହି ନିରୀକ୍ଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Ayushman Bhara: ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୯୧ କର୍କଟ ଚିକିତ୍ସା ପ୍ୟାକେଜ୍ ସାମିଲ
ହସ୍ପିଟାଲରେ ପହଞ୍ଚିବା ପରେ ଏଠାରେ ଉପସ୍ଥିତ ଡାକ୍ତରମାନେ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ବିଧାୟକ ଯୋଗଶେ ଶର୍ମାଙ୍କୁ ଅଣଦେଖା କରିଥିଲେ। ବିଧାୟକ ନିଜର ପରିଚୟ ଦେଲେ ପରେ ଡାକ୍ତରମାନେ ବସିଥିବା ସିଟ୍ରୁ ଉଠିଥିଲେ। ବିଧାୟକ ଯୋଗେଶ ବର୍ମା ଏହି ସମୟରେ ଡାକ୍ତର ଏବଂ କର୍ମଚାରୀଙ୍କୁ ନିଜ ପରିବାରର ସଦସ୍ୟଙ୍କର ଉଦାହରଣ ଦେଇଥିଲେ। ସେ କହିଥିଲେ, ତାଙ୍କ ଘରେ କିଛି ଲୋକ ଡାକ୍ତର ଅଛନ୍ତି। ଏଥି ପାଇଁ ତାଙ୍କୁ ଜଣା ଯେ, ସେବା କ’ଣ। ସମସ୍ତଙ୍କର ପରିଶ୍ରମ ଦେଖିଛି। ଠିକ୍ ଭାବରେ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।
ରାତି ପ୍ରାୟ ୧ଟାରେ ହୋଇଥିବା ଡାକ୍ତରଙ୍କ ଆଗମନ ନେଇ ସେଠାରେ ଉପସ୍ଥିତ କିଛି ସରକାରୀ କର୍ମଚାରୀ ବିଧାୟକଙ୍କର ଭିଡିଓ ପ୍ରସ୍ତୁତ କରିଥିଲେ, ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓରେ ଡାକ୍ତର ଏବଂ କର୍ମଚାରୀମାନଙ୍କର ଉପରେ ବିଧାୟକ ବିରକ୍ତି ପ୍ରକାଶ କରୁଥିବା ଦେଖାଯାଉଛି।

1 hour ago
2


