ARTICLE AD BOX
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରୋଗୀ (ଶିଶୁ)ଙ୍କ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ଆମ୍ବୁଲାନ୍ସ ସେବାରେ ହୋଇଛି ଅବହେଳା। ଗୁରୁତର ଅସୁସ୍ଥ ଚାରି ବର୍ଷର ଶିଶୁକୁ ଅନ୍ୟତ୍ର ଚିକିତ୍ସା ପାଇଁ ରେଫର କରାଯିବା ପରେ ଦୀର୍ଘ ୭ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ମିଳିନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ବାଦାମପାହାଡ଼ ଥାନା ଅନ୍ତର୍ଗତ ଜାଟିସେରେଙ୍ଗ ଗ୍ରାମର ଜିତେନ୍ଦ୍ର ଜେରାଇ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଜେରାଇ ଙ୍କ ସହ ଚାରି ବର୍ଷର ଶିଶୁପୁତ୍ରକୁ ନେଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ଶିଶୁଟିର ଶରୀରରେ ରକ୍ତର ପରିମାଣ ଅତ୍ୟନ୍ତ କମ୍ ଥିବା ସହ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା।ପରେ ଡାକ୍ତର ଶିଶୁଟିକୁ ଉନ୍ନତ ଚିକିତ୍ସା ପାଇଁ ପ୍ରାୟ ଦିନ ୧୨ଟା ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।
Good health: ଚିକିତ୍ସାଳୟର ସ୍ବାସ୍ଥ୍ୟ କେମିତି ରଖିବେ ସୁସ୍ଥ
ତେବେ ଶିଶୁର ପିତାଙ୍କ ଅଭିଯୋଗ ଅନୁଯାୟୀ ସେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପ୍ରାୟ ୧୫ ଥରରୁ ଅଧିକ ଫୋନ୍ କରିଥିଲେ। କିନ୍ତୁ ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିନଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ।ଗୁରୁତର ଅସୁସ୍ଥ ଥିବା ଶିଶୁକୁ ନେଇ ଏଭଳି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିବା ଘଟଣା ସାଧାରଣ ଲୋକଙ୍କ ମନରେ ଆମ୍ବୁଲାନ୍ସ ସେବାର କାର୍ଯ୍ୟକ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ସହ ଆବଶ୍ୟକ ସମୟରେ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ନିଶ୍ଚିତ କରିବାକୁ ପରିବାର ପକ୍ଷରୁ ସରକାରଙ୍କୁ ଗଣମାଧ୍ୟମଙ୍କ ଜରିଆରେ ନିବେଦନ କରିଛନ୍ତି।

17 hours ago
2


