ARTICLE AD BOX
ଭୁବନେଶ୍ବର: ଆପୋଲୋ ହସ୍ପିଟାଲ୍ସ ଭୁବନେଶ୍ବରରେ ବିଶ୍ବ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି। ‘ଜଣେ ଦାତା ବଦଳାଇପାରିବେ ଅନେକ ଜୀବନ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଅଙ୍ଗ ପ୍ରତିରୋପଣ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି, ନ୍ୟୁରୋସର୍ଜରି, କ୍ରିଟିକାଲ୍ କେୟାର, ଇଣ୍ଟରନାଲ୍ ମେଡିସିନ୍ ଆଦି ବିଭିନ୍ନ ବିଭାଗର ବରିଷ୍ଠ ଚିକିତ୍ସା ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।
ହସ୍ପିଟାଲ୍ର ମୁଖ୍ୟ ପରିଚାଳନା ଅଧିକାରୀ ଡାକ୍ତର ଆଲୋକ କୁମାର ଶ୍ରୀବାସ୍ତବ କହିଥିଲେ ଯେ ଅଙ୍ଗଦାନ କେବଳ ଏକ ଅଙ୍ଗକୁ ଦାନ କରିବା ନୁହେଁ, ବରଂ ଜିଇଁବା, ଆଶା ରଖିବା ଓ ଭବିଷ୍ୟତ ଗଢ଼ିବାର ସୁଯୋଗଦେବା। ଅଧିକ ଆଲୋଚନା ମାଧ୍ୟମରେ ଆମେ ଏଭଳି ଏକ ସଂସ୍କୃତି ସୃଷ୍ଟି କରିପାରିବା ଯେଉଁଠାରେ ଅଙ୍ଗଦାନ ଏକ ସଚେତନ ଓ ଦୟାଳୁ ପସନ୍ଦ ପାଲଟିବ।
ଆଜି ବିଶ୍ବ ଅଙ୍ଗଦାନ ଦିବସ: ଏମ୍କେସିଜିକୁ ମିଳିଲାଣି ୨୯ ମରଶରୀର
ଏହି ପଦକ୍ଷେପ ମାଧ୍ୟମରେ ଆପୋଲୋ ହସ୍ପିଟାଲ୍ ଭୁବନେଶ୍ବରର ବ୍ୟକ୍ତିବିଶେଷ ଓ ପରିବାରବର୍ଗଙ୍କୁ ଅଙ୍ଗଦାନର ଗୁରୁତ୍ବ ଓ ଏହାର ଜୀବନ ବଦଳାଇବା ପ୍ରଭାବ ବୁଝିବା ପାଇଁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ହସ୍ପିଟାଲ୍ର ଡାକ୍ତର ମନୋଜ ସାହୁ, ନିଶିଥ କୁମାର ମହାନ୍ତି, ସୌମ୍ୟ ରୟ, ସରୋଜ ପଟ୍ଟନାୟକ, ସମୀରଣ ଦାସ ଅଧିକାରୀ, ସୁଶାନ୍ତ କୁମାର ସେଠୀ, ଶୁଭ୍ରାଂଶୁ ଶେଖର ଜେନା ଓ ସମୀର ସାହୁ ଉପସ୍ଥିତ ଥିଲେ।

1 day ago
3


