Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

1 hour ago 2
ARTICLE AD BOX

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ସ୍ବାସ୍ଥ୍ୟ ଅଧିକାରୀ ଗତମାସ ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଉପକରଣ ରକ୍ଷଣାବେକ୍ଷଣ ତଥା ସାମଗ୍ରୀ କିଣିବା ପାଇଁ ୧୪. ୬୨ ଲକ୍ଷ ଟଙ୍କା ପାଇବା ପରେ ଚକିତ ହୋଇଯାଇଥିଲେ। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ଅର୍ଥରାଶିରେ ସେମାନେ କ’ଣ କରିବେ ଜାଣି ପାରିନଥିଲେ। ଦ୍ବନ୍ଦ୍ବର କାରଣ ଥିଲା ବାସ୍ତବରେ ରାଜପୁରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି) ହିଁ ନଥିଲା। ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ନାହିଁ ତାହାର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପାଣ୍ଠି ଆବଣ୍ଟନ କରିବା ସମସ୍ତଙ୍କୁ ଚକିତ କରିଛି। ୨୦୨୫-୨୬ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରିବାକୁ ‘ଗ’ ବର୍ଗରେ ପାଣ୍ଠି ପ୍ରଦାନ କରାଯାଇଥିଲା।

ଜନସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ହସ୍ପିଟାଲ ପ୍ରଶାସନ)ଙ୍କ ଦ୍ୱାରା ଜାରି ଜିଲ୍ଲାୱାରୀ ନିର୍ଦ୍ଦେଶରେ ସିଏଚସି ରାଜପୁରକୁ ଉପକରଣ ତାଲିକା ଓ ୧୪.୬୨ ଲକ୍ଷ ଟଙ୍କା ବଜେଟ୍ ସହିତ ଏକ କାର୍ଯ୍ୟକ୍ଷମ ସୁବିଧା ଭାବରେ ତାଲିକାଭୁକ୍ତ କରାଯାଇଥିଲା। ଗୁଣାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ଏକ ଠକେଇ ମାମଲା ହୋଇପାରେ ବୋଲି ଜାଣିପାରି କ୍ରୋଧ ପ୍ରକାଶ କରିଛନ୍ତି। ଜଣେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ପାଣ୍ଠି ପ୍ରଦାନ କରାଯିବା ପୂର୍ବରୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରିତ ପ୍ରକ୍ରିୟାଗୁଡ଼ିକ ଅନୁସରଣ କରାଯାଇ ନଥିଲା। ଏହାକୁ ପ୍ରଶାସନିକ ତ୍ରୁଟି ବୋଲି ସେ କହିଛନ୍ତି। 

Orangutans: ଓରାଂଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟ ସଚିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.