Harshit : ହର୍ଷିତଙ୍କୁ ତୃତୀୟ ଆଇଏମ୍‌ ନର୍ମ

1 hour ago 1
ARTICLE AD BOX

ଓଡ଼ିଶାର ପ୍ରତିଭାବାନ ଚେସ୍ ଖେଳାଳି ହର୍ଷିତ ରଂଜନ ସାହୁ ରାଜ୍ୟର ପରବର୍ତୀ ଆଇଏମ୍‌ ଟାଇଟଲ୍‌ ବିଜେତା ହେବାର ନିକଟତର ହୋଇଛନ୍ତି। ଫିଡେ ମାଷ୍ଟର ହର୍ଷିତ ରଞ୍ଜନ ସାହୁ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଅନୁଷ୍ଠିତ ବୁଦାପେଷ୍ଟ ୱାନ୍‌ ୱିକ୍ ଅଗଷ୍ଟ-୨୦୨୬ ଆଇଏମ୍–ବି ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ତୃତୀୟ ତଥା ଶେଷ ଆନ୍ତର୍ଜାତୀୟ ମାଷ୍ଟର (ଆଇଏମ୍) ନର୍ମ ଅର୍ଜନ କରିଛନ୍ତି।

 ହର୍ଷିତଙ୍କୁ ତୃତୀୟ ଆଇଏମ୍‌ ନର୍ମ

ଭୁବନେଶ୍ବର: ଓଡ଼ିଶାର ପ୍ରତିଭାବାନ ଚେସ୍ ଖେଳାଳି ହର୍ଷିତ ରଂଜନ ସାହୁ ରାଜ୍ୟର ପରବର୍ତୀ ଆଇଏମ୍‌ ଟାଇଟଲ୍‌ ବିଜେତା ହେବାର ନିକଟତର ହୋଇଛନ୍ତି। ଫିଡେ ମାଷ୍ଟର ହର୍ଷିତ ରଞ୍ଜନ ସାହୁ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଅନୁଷ୍ଠିତ ବୁଦାପେଷ୍ଟ ୱାନ୍‌ ୱିକ୍ ଅଗଷ୍ଟ-୨୦୨୬ ଆଇଏମ୍–ବି ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ତୃତୀୟ ତଥା ଶେଷ ଆନ୍ତର୍ଜାତୀୟ ମାଷ୍ଟର (ଆଇଏମ୍) ନର୍ମ ଅର୍ଜନ କରିଛନ୍ତି। ଅଗଷ୍ଟ ୮ରୁ ୧୪ ପର୍ଯ୍ୟନ୍ତ ଆୟୋଜିତ ଏହି ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ହର୍ଷିତ ୫ ବିଜୟ ଓ ୪ ଡ୍ର ସହ ଅପରାଜିତ ରହି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥି ସହିତ ସେ ରାଜ୍ୟର ଅଷ୍ଟମ ଆଇଏମ୍‌‌ ହେବା ସମ୍ଭାବନା ବଢ଼ାଇଛନ୍ତି।

ଆହୁରି ପଢନ୍ତୁ :Bihar: ବିହାରରେ ବିଷାକ୍ତ ଗ୍ୟାସ୍‌ ନେଲା ୪ ଜଣଙ୍କ ଜୀବନ

ଅଗଷ୍ଟ ପ୍ରଥମ ସପ୍ତାହରେ ହର୍ଷିତ ସେହି ବୁଦାପେଷ୍ଟ୍‌ଠାରେ ହିଁ ନିଜ ଦ୍ବିତୀୟ ଆଇଏମ୍‌ ନର୍ମ ଅର୍ଜନ କରିଥିଲେ। ଏବେ ୨୩୨୨ ରେଟିଂରେ ଥିବା ହର୍ଷିତଙ୍କୁ ୨୪୦୦ ରେଟିଂ କିମ୍ବା ଲାଇଭ୍‌ ରେଟିଂରେ ପହଞ୍ଚିବାର ଏକମାତ୍ର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟରେ ପହଞ୍ଚିଲେ ହର୍ଷିତ ଆଇଏମ୍‌ ଟାଇଟଲ୍‌ ଗୌରବ ଅର୍ଜନ କରିପାରିବେ। ହର୍ଷିତଙ୍କୁ ଏଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି। ୨୦୨୪ରେ ରାଜ୍ୟ ବରିଷ୍ଠ ବର୍ଗର ବିଜେତା ହୋଇଥିବା ହର୍ଷିତ କଟକ ନିବାସୀ ଡଃ ଅମରେଶ ସାହୁ ଓ ସୁଚିସ୍ମିତା ସାହୁଙ୍କ ସୁପୁତ୍ର ଅଟନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.