Harley Davidson: ହାର୍ଲି ଡେଭିଡସନ୍‌ ଏକ୍ସ ରେଞ୍ଜ୍‌ର ନୂଆ ବାଇକ୍‌ ଆଣିବ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ହାର୍ଲି ଡେଭିଡସନ୍‌ ଭାରତରେ ଏହାର ଏକ୍ସ ରେଞ୍ଜ୍‌ର ନୂଆ ବାଇକ୍‌ ଉପଲବ୍ଧ କରାଇବ। ଭାରତରେ ହାର୍ଲି ଡେଭିଡସନ୍‌ ୧୭ ବର୍ଷ ହେଲା ଅଛି। ହିରୋ ମୋଟୋକର୍ପ ସହ ମିଶି ଆମେରିକାର ଏହି କମ୍ପାନି ଭାରତରେ ବ୍ୟବସାହ କରୁଛି। ଉଭୟ କମ୍ପାନି ‘ମିସନ: ଦ ବିଗ୍‌ ରାଇଡ୍‌’ ଶୀର୍ଷକରେ ଏକ ପଦକ୍ଷେପ ଘୋଷଣା କରିଛନ୍ତି। 

ହାର୍ଲି ଡେଭିଡସନର ସଭାପତି ତଥା ସିଇଓ ଆର୍ଟି ଷ୍ଟାର୍ସ ଓ ହିରୋ ମୋଟୋକର୍ପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୱନ ମୁଞ୍ଜଲ କହିଛନ୍ତି ଏହି ସହଭାଗିତା ବ୍ରାଣ୍ଡ୍‌ର ପହଞ୍ଚକୁ ବ୍ୟାପକ କରିବା ସହ ଭାରତୀୟ ଚାଳକଙ୍କ ସହିତ ଦୃଢ଼ ସଂପର୍କ ସ୍ଥାପନ କରିବ। ହାର୍ଲି ଡେଭିଡସନ ଏହାର ଏକ୍ସ ରେଞ୍ଜରେ ଦୁଇଟି ବାଇକ୍‌ ଭାରତରେ ବିକ୍ରି କରୁଛି। ସେହି ଦୁଇଟି ମଡେଲ ହେଲା ଏକ୍ସ୪୪୦ ଏବଂ ଏକ୍ସ୪୪୦ଟି। ଏହି ଦୁଇଟି ଗାଡ଼ି ହିରୋ ମୋଟୋକର୍ପର ସହଭାଗିତାରେ ବିକାଶ ହେବା ସହ ଭାରତରେ ନିର୍ମାଣ ହୋଇଛି। 

ତେବେ ଅନ୍ତର୍ଜାତୀୟ ବଜାରରେ ଏହାର କେତେକ ଏକ୍ସମଡେଲ ଗାଡ଼ି ବିକ୍ରି ହେଉଛି ଯାହାକି ଭାରତରେ ନାହିଁ। ସେଗୁଡ଼ିକ ମଧ୍ୟରେ ଏକ୍ସ୩୫୦, ଏକ୍ସ୫୦୦ ଏବଂ ଏକ୍ସ୩୫୦ଟି ରହିଛି। ଚୀନର କ୍ବିଙ୍ଗଜିଆଙ୍ଗ ମୋଟରସାଇକଲ ସହଯୋଗରେ ହାର୍ଲି ଡେଭିଡସନର ଏକ୍ସ୩୫୦ ଓ ଏକ୍ସ୫୦୦ର ବିକାଶ କରିଛି। ତେଣୁ ଏସବୁ ନୂଆ ଗାଡ଼ି ଭାରତରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.