ARTICLE AD BOX
ନୂଆଦିଲ୍ଲୀ : ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଆଙ୍ଗୋମଚା ବିମଲ ଆକୋଇଜାମଙ୍କୁ ଗୁରୁବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଗିରଫ ଭଳି କୌଣସି କଠୋର ପଦକ୍ଷେପ ନେବାର ୬ ଦିନ ପୁର୍ବରୁ ତାଙ୍କୁ ନୋଟିସ୍ ଦେବାକୁ ସ୍ୱତନ୍ତ୍ର ବିଚାରପତି ଦିଗ୍ ବିନୟ ସିଂହ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆକୋଇଜାମଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ଆହୁରି ପଢନ୍ତୁ :Rajinikanth's Jailer 2: ପ୍ରଶଂସକଙ୍କ ପାଇଁ ଖୁସି ଖବର: ଘରେ ବସି ଦେଖି ପାରିବେ ରଜନୀକାନ୍ତଙ୍କ ସୁପରହିଟ୍ ସିନେମା
ଉଲ୍ଲେଖଯୋଗ୍ୟ, ଅକ୍ଟୋବରରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଜେଏନ୍ୟୁ ଆଙ୍ଗୋମଚା ବିମଲ ଆକୋଇଜାମଙ୍କୁ ଚାକିରିରୁ ବହିଷ୍କାର କରିଥିଲା। ତେବେ ଏହାକୁ ସେ ‘ଉଦ୍ଦେଶ୍ୟପ୍ରଣୋଦିତ ହଇରାଣ’ ବୋଲି ଅଭିହିତ କରିବା ସହ ନିୟମ ଅନୁଯାୟୀ ପ୍ରକ୍ରିୟା ପାଳନ ହୋଇନଥିବା କହିଥିଲେ। ଅକ୍ଟୋବର ୧୨ରେ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।
ଆହୁରି ପଢନ୍ତୁ :Odisha CM Assures Support ବାତ୍ୟା ଅର୍ଣ୍ଣବ ଥଇଥାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବିଧାୟକଗଣ
ସୂଚନାଯୋଗ୍ୟ ଅତି କମ୍ରେ ୧୧ ଜଣ ଛାତ୍ରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଅଭିଯୋଗକାରୀ ଛାତ୍ରୀମାନଙ୍କ କହିବା ଅନୁଯାୟୀ, ଆକୋଇଜାମ ବୈଠକ କିମ୍ବା ଅନ୍ୟ କାର୍ଯ୍ୟକ୍ରମର ବାହାନା କରି ସେମାନଙ୍କୁ କ୍ୟାମ୍ପସ ସ୍ଥିତ ନିଜ ବାସଭବନକୁ ଡାକୁଥିଲେ ଏବଂ ଯୌନ ଉତ୍ପୀଡ଼ନ ଉଦ୍ୟମ କରୁଥିଲେ। କେତେକ ଛାତ୍ରୀ ଶ୍ରେଣୀଗୃହରେ ସେ ଅଶ୍ଳୀଳ ଓ ଅନୁଚିତ ମନ୍ତବ୍ୟ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।

39 minutes ago
1


