ARTICLE AD BOX
ସମସ୍ତୀପୁର: ଜମୁଇରେ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ୍ ହେବା ପରେ ବିହାରର ସମସ୍ତୀପୁର ଜିଲ୍ଲାରୁ ସମାନ ଧରଣର ଆଉ ଏକ ସଂବେଦନଶୀଳ ଅପରାଧିକ ଘଟଣା ସାମ୍ନାକୁ ଆସିଛି। ସମସ୍ତୀପୁରର ଜଗତସିଂହପୁର ଗାଁ ରାସ୍ତାରେ ଜଣେ ନାବାଳିକା ଓ ତାଙ୍କ ବନ୍ଧୁଙ୍କୁ ବାଇକ୍ ଆରୋହୀ ଦୁର୍ବୃତ୍ତମାନେ ଘେରିଯାଇ ଅତ୍ୟାଚାର ଓ ଶାରୀରିକ ନିର୍ଯାତନା ଦେଉଥିବାର ଭିଡିଓ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାସ୍ତାରେ ଯୌନ ନିର୍ଯାତନା
ସୂଚନା ଅନୁଯାୟୀ, ଗାଁ ରାସ୍ତାରେ ଫଟୋ ଉଠାଇବା ପାଇଁ ଅଟକିଥିବା ଦୁଇ ନାବାଳକ-ନାବାଳିକାଙ୍କୁ ସ୍ଥାନୀୟ କିଛି ଦୁର୍ବୃତ୍ତ ହଠାତ୍ ଘେରି ଯାଇଥିଲେ। ଅପରାଧୀମାନେ ନାବାଳିକାଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ରାସ୍ତାରେ ଠେଲାପେଲା କରି ଯୌନ ନିର୍ଯାତନା ଦେଇଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ସ୍ୱତଃ ପ୍ରବୃତ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଭାଇରାଲ ଭିଡିଓରେ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି। ଘଟଣାକୁ ଗୁରୁତର ସହ ନିଆଯାଇଛି ଏବଂ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯିବ, କାହାକୁ ବି ଛଡ଼ାଯିବ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Bus Fire: ଚଳନ୍ତା ସ୍ଲିପର୍ ବସରେ ଅଗ୍ନିକାଣ୍ଡ: ଡ୍ରାଇଭର-କଣ୍ଡକ୍ଟର ଅଟକ; ଶୋକ ପ୍ରକାଶ କଲେ ଯୋଗୀ
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜମୁଇ ଜିଲ୍ଲାରେ କୋଚିଂ କ୍ଲାସ୍ ସାରି ଫେରୁଥିବା ଦୁଇ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ରାସ୍ତାରେ ଘେରିଯାଇ ଅମାନୁଷିକ ଅତ୍ୟାଚାର କରାଯାଇଥିଲା। ଏହି ଘଟଣାରେ ପୁଲିସ ଏନକାଉଣ୍ଟର ପରେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ଗୁଳିବିଦ୍ଧ ହୋଇ ଗିରଫ ହୋଇଥିବା ବେଳେ ଏବେ ସମସ୍ତୀପୁରର ଏହି ନୂଆ ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ପଷ୍ଟ କରୁଛି।

4 days ago
4


