ARTICLE AD BOX
କଟକ: କଟକ ନରଣପୁର ବାରଙ୍ଗସ୍ଥିତ କନକ ମଞ୍ଜରୀ ବ୍ରଜବନ୍ଧୁ (କେଏମ୍ବିବି) ପବ୍ଲିକ୍ ସ୍କୁଲ୍ ପରିସରରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ନିମନ୍ତେ ଏକ ଆଧୁନିକ ’ହାପି ହବ୍’ ଉତ୍ସାହ ଓ ଉଦ୍ଦୀପନାର ସହିତ ଉଦ୍ଘାଟିତ ହୋଇଯାଇଛି।
KMBB Group of Institutions: କେଏମ୍ବିବି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ରେ ପ୍ରତିଷ୍ଠା ଦିବସ: ‘ବିଜ୍ଞାନ ଓ ପ୍ରଯୁକ୍ତି ସବୁ ସମସ୍ୟାର ସମାଧାନ ନୁହେଁ’
ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ 'ସମ୍ବାଦ ଶିକ୍ଷା ସମୂହ'ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ କ୍ରୀଡ଼ା ପ୍ରାଙ୍ଗଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପାଠପଢ଼ା ସହିତ ଖେଳକୁଦର ଗୁରୁତ୍ୱ ଉପରେ ଆଲୋକପାତ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
KMBB +2 School: କେଏମ୍ବିବି +୨ ବିଦ୍ୟାଳୟ: ପ୍ରଥମ ଶ୍ରେଣୀରେ ୯୯%
ଏହି ଅବସରରେ କେଏମ୍ବିବି ଶିକ୍ଷା ସମୂହର ଶୈକ୍ଷିକ ନିର୍ଦ୍ଦେଶକ ଡ ବିଜୁନି ଚରଣ ସୁତାର, ଶିକ୍ଷା ଉପଦେଷ୍ଟା ଡ ଫକୀର ମୋହନ ଧଳ, ସ୍କୁଲ୍ର ଶୈକ୍ଷିକ ଉପଦେଷ୍ଟା ଲୋକନାଥ ପ୍ରଧାନ ଏବଂ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷ ଡ ସୁକାନ୍ତ କୁମାର ତ୍ରିପାଠୀ ଉପସ୍ଥିତ ରହି ନୂତନ କ୍ରୀଡ଼ା ପ୍ରାଙ୍ଗଣର ଉପଯୋଗିତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ନୂତନ ପ୍ରାଙ୍ଗଣରେ କୁନିକୁନି ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଓ ସୁରକ୍ଷିତ ଖେଳ ଉପକରଣର ବ୍ୟବସ୍ଥା କରାଯାଇଛି।

48 minutes ago
2


