ARTICLE AD BOX
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ବିରୋଧରେ ଏବେ ସବୁଠି ଅସନ୍ତୋଷ ତେଜିଥିବାବେଳେ ପଶ୍ଚିମବଙ୍ଗ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଆଜି ସିଇସିଙ୍କୁ ସମର୍ଥନ କରି ଏକ ଟିପ୍ପଣୀ ଦେଇଛନ୍ତି। ସମୀକ କହିଛନ୍ତି, କୁମାର ଅନ୍ତତଃ ପଦ୍ମଭୂଷଣ ପାଇବାପାଇଁ ଯୋଗ୍ୟ। ଶାନ୍ତିପୂର୍ଣ୍ଣ ନିର୍ବାଚନ ଓ ରାଜ୍ୟରେ ଭୋଟର୍ ତାଲିକାରେ ପରିବର୍ତ୍ତନ ପାଇଁ ତାଙ୍କୁ ପଦ୍ମ ଭୂଷଣ ମିଳିବା ଉଚିତ।
ଭଟ୍ଟାଚାର୍ଯ୍ୟ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲଙ୍କ ନିଜ ଦଳର ଲୋକମାନେ ମଧ୍ୟ ତାଙ୍କୁ ଗୁରୁତ୍ବ ଦେଉନାହାନ୍ତି ଏବଂ ତାଙ୍କ କଥା ଶୁଣୁନାହାନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ପରିଚାଳନାକୁ ପ୍ରଶଂସା କରି ଭଟ୍ଟାଚାର୍ଯ୍ୟ କହିଛନ୍ତି, ଭୋଟରମାନେ ବିନା ଭୟରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ପଶ୍ଚିମବଙ୍ଗର ଲୋକମାନେ ଏଥିପାଇଁ ଖୁବ୍ ଖୁସି ଯେ ଦୀର୍ଘ ସମୟ ପରେ ବିନା ଧମକରେ ସେମାନେ ଭୋଟ୍ ଦେଇଛନ୍ତି।
ଆହୁରି ପଢନ୍ତୁ: Meeting: ଚୀନ୍ ରାଷ୍ଟ୍ରପତିଙ୍କ ସହ ବୈଠକ ‘ଅତ୍ୟନ୍ତ ଫଳପ୍ରଦ’ ହୋଇଛି: ଟ୍ରମ୍ପ
ଭୋଟ୍ ସମୟରେ କୌଣସି ହତ୍ୟା ହୋଇନାହିଁ। ଲୋକମାନଙ୍କୁ ଭୋଟ୍ ଦେବାର ଅନୁମତି ମିଳିଛି। ଭୋଟର ତାଲିକାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାଁ କାଟିବା ପାଇଁ ଜ୍ଞାନେଶ କୁମାର ପଦକ୍ଷେପ ଗ୍ରହଣ କରିଛନ୍ତି। ଭଟ୍ଟାଚାର୍ଯ୍ୟ କହିଛନ୍ତି, ନିର୍ବାଚନ କମିସନଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ବ୍ୟାପକ ଜନ ସମର୍ଥନ ମିଳିଛି। ପଶ୍ଚିମବଙ୍ଗର ଲୋକ ଏଭଳି ନିର୍ବାଚନ ଦେଖି ନ ଥିଲେ। ତେଣୁ ପଶ୍ଚିମବଙ୍ଗର ସାଧାରଣ ଲୋକ ଜ୍ଞାନେଶ କୁମାରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।

2 days ago
2


