ARTICLE AD BOX
ଗୁଆହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ବୁଧବାର ଗୁଆହାଟୀରେ ଖେଳାଯିବ। ତିରୁଅନନ୍ତପୁରମ୍ରେ ସହଜ ୮ ୱିକେଟ୍ ବିଜୟ ହାସଲ କରିଥିବା ଭାରତ ଏହି ତିନି ମ୍ୟାଚ୍ ଶୃଙ୍ଖଳାର ଭାଗ୍ୟକୁ ଏହିଠାରେ ସିଲ୍ କରିଦେବା ଲକ୍ଷ୍ୟରେ ହରିଛି। ଅଧିନାୟକ ଶୁବମନ ଗିଲ୍ ଓ ଭେଟେରାନ୍ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ବିଜୟୀ ହୋଇଥିବାରୁ ଏବେ ଏଭଳି ସମ୍ଭାବନା ଦିଗରେ ଅଗ୍ରସର ହୋଇଛି। ଭାରତୀୟ ଦଳର ପେସ୍ ବୋଲିଂ ସମନ୍ବୟ ସଠିକ ଦିଶାରେ ନଥିବା ଏବଂ ଦଳୀୟ ଚୟନରେ ପରୀକ୍ଷା ନିରୀକ୍ଷା ଜାରି ରହିବା ସତ୍ତ୍ବେ ତିରୁଅନନ୍ତପୁରମ୍ରେ ଏସବୁ ଦୁର୍ବଳତା ପଦାରେ ପଡ଼ି ନଥିଲା।
Maa Taratarini Temple: ଅକ୍ଟୋବର ୩ରୁ ମା’ ତାରାତାରିଣୀଙ୍କ ପୀଠରେ ଷୋଡଶ ପୂଜା
ଅଲରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ ବୋଲିଂ ଓପନ୍ କରିବା ବି ଫଳପ୍ରଦ ହୋଇପାରି ନଥିଲା। ଫଳତଃ ଯଶପ୍ରୀତ୍ ବୁମରା ଓ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା। ଏବେ ଭାରତ ମହମ୍ମଦ ସିରାଜଙ୍କୁ ଫେରାଇ ଆଣିବ ନା ଆକ୍ବିବ ନବିଙ୍କୁ ପଦାର୍ପଣ ସୁଯୋଗ ଦେବ? ସେହି ଦ୍ବନ୍ଦ୍ବରେ ପଡ଼ିଛି। ବ୍ୟାଟିଂ କିନ୍ତୁ ଘରୋଇ ଦଳର ମୁଖ୍ୟ ଶକ୍ତି ହୋଇ ରହିଛି। ରୋହିତ ଶର୍ମାଙ୍କ ଉପରେ ମଧ୍ୟ ବିଶେଷ ନଜର ରହିବ। ସେ ଗତ ମ୍ୟାଚ୍ରେ ଭଲ ଆରମ୍ଭ ସତ୍ତ୍ବେ ୩୨ ରନ୍ରେ ଅଟକି ଯାଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ଜୀବନ୍ତ ରହିବାକୁ ଗୁଆହାଟୀ ମ୍ୟାଚ୍ରେ କର ବା ମର ସ୍ଥିତିରେ ରହିବ। ଆଗାମୀ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ପୂର୍ବରୁ ଭ୍ରମଣକାରୀ ଦଳକୁ ମଧ୍ୟ ଏହାର ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ଆଦିରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ତିରୁଅନନ୍ତପୁରମ୍ରେ ଓପନର୍ ଜଷ୍ଟିନ୍ ଗ୍ରିଭ୍ସ ତାଙ୍କ ପ୍ରଥମ ଶତକ ହାସଲ କରିବା ଦଳ ପାଇଁ ସକାରାତ୍ମକ ଦିଗ ରଖିଛି। ଏହି ୨ ଥର ବିଶ୍ବ ଚାମ୍ପିଅନ୍ ଦଳ କିନ୍ତୁ ଏବେ ବି ୨୦୨୭ ସଂସ୍କରଣ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିନପାରି ଚାପରେ ରହିଛି।
Health: କେୟାର ହସ୍ପିଟାଲ୍-ନାଲ୍କୋର ପଦଯାତ୍ରା
ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ବାଡ, କେଏଲ୍ ରାହୁଲ୍ (ଉପ ଅଧିନାୟକ), ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର୍, ମହମ୍ମଦ ସିରାଜ, ଆକ୍ବିବ ନବି, ଯଶସ୍ବୀ ଜୟସ୍ବାଲ, ନମନ ଧୀର।
ୱେଷ୍ଟଇଣ୍ଡିଜ୍ ଦଳ: ସାଇ ହୋପ୍ (ଅଧିନାୟକ), ଜିୱେଲ ଆଣ୍ଡ୍ରିଉ, ଜନ୍ କ୍ୟାମ୍ପ୍ବେଲ୍, କିସି କାର୍ଟି, ରୋସ୍ତନ୍ ଚେଜ୍, ମାଥ୍ୟୁ ଫୋର୍ଡ, ଜଷ୍ଟିନ୍ ଗ୍ରିଭ୍ସ, ଆମିର ଜାଙ୍ଗୁ, ଅଲଜାରି ଯୋସେଫ, ସମର ଯୋସେଫ, ଭିଟେଲ୍ ଲିୱିସ, ଗୁଡ଼ାକେଶ ମୋତି, କିମୋ ପଲ୍, ସେର୍ଫାନ୍ ରଦରଫୋର୍ଡ, ଜୟଦେନ୍ ସିଲ୍ସ।

2 days ago
3


