Gutkha Ban: କର୍ଣ୍ଣାଟକରେ ତମାଖୁ ଓ ନିକୋଟିନ୍ ସାମଗ୍ରୀ ବିକ୍ରି ଓ ବିତରଣ ଉପରେ ବର୍ଷକ ପାଇଁ କଟକଣା

1 hour ago 1
ARTICLE AD BOX

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ରାଜ୍ୟରେ ଗୁଟ୍‌ଖା ଏବଂ ପାନମସଲା ସମେତ ତମାଖୁ ଓ ନିକୋଟିନ୍ ଯୁକ୍ତ ସାମଗ୍ରୀର ବିକ୍ରି ଏବଂ ବିତରଣ ଉପରେ ବର୍ଷକ ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ ପକ୍ଷରୁ ଅଗଷ୍ଟ ୧୦ ତାରିଖରେ ଏହି ସମ୍ପର୍କିତ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ୨୦୦୬ର ଧାରା ୩୦(୨)(ଏ) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧକ ଏବଂ ନିଷେଧାଦେଶ) ନିୟମାବଳୀ ୨୦୧୧ର ନିୟମ ୨.୩.୪ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗର କମିସନର ଶ୍ରୀନିବାସ କେ. ଏକ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ଦ୍ୱାରା ପ୍ରଦତ୍ତ କ୍ଷମତା ଆଧାରରେ ୧୦-୦୮-୨୦୨୬ ତାରିଖରେ ଏହି ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସାରା ରାଜ୍ୟରେ ଏହି ନିୟମ ଜାରି ହେବା ଦିନଠାରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।ଏହି ନିଷେଧାଦେଶ ଜାରି ହେବା ସହିତ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ତମାଖୁ ଓ ନିକୋଟିନ୍ ସାମଗ୍ରୀର ଉତ୍ପାଦନ, ସଂରକ୍ଷଣ (ମହଜୁଦ୍), ପରିବହନ, ବିତରଣ ଏବଂ ବିକ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। 

Protest: ଦୁର୍ଘଟଣାରେ ଆହତ ଶିକ୍ଷକଙ୍କ ଦେହାନ୍ତ;  ମରଶରୀର ରଖି ଆନ୍ଦୋଳନ ନିଷ୍ପତ୍ତି

ସାରା ରାଜ୍ୟରେ ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଯାଞ୍ଚ ଓ ଚଢ଼ଉ ଅଭିଯାନ ଆରମ୍ଭ କରାଯାଇଛି। ବ୍ୟାପକ ଜନସ୍ୱାସ୍ଥ୍ୟ ଏବଂ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହିଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ସହିତ ଏକ ସୁସ୍ଥ କର୍ଣ୍ଣାଟକ ଗଠନ ଦିଗରେ ସରକାରୀ ପ୍ରୟାସକୁ ସଫଳ କରିବା ପାଇଁ ବିଭାଗ ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ନିବେଦନ କରିଛି। ଯଦି କୌଣସି ସ୍ଥାନରେ ଏହିସବୁ ନିଷିଦ୍ଧ ସାମଗ୍ରୀର ବେଆଇନ ଉତ୍ପାଦନ, ବିକ୍ରି କିମ୍ବା ବିତରଣ ହେଉଥିବାର ନଜରକୁ ଆସେ, ତେବେ ସେ ସମ୍ପର୍କରେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.